IIT ଏବଂ NIT ରେ ନାମ ଲେଖା ପାଇଁ ୭୫ ପ୍ରତିଶତ ମାର୍କ ବାଧ୍ୟତାମୂଳକ,NTA ଜାରି କଲା ନୂଆ ମାଗଦର୍ଶିକା

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷଣ ସଂସ୍ଥାନ (ଏନ୍‍ଟିଏ) ଏନ୍‍ଆଇଟି, ଆଇଆଇଟି ଏବଂ ସିଏଫ୍‍ଟିଆଇ’ରେ ନାମଲେଖା ପାଇଁ ନୂଆ ମାଗଦର୍ଶିକା ଜାରି କରିଛି। ନୂଆ ନିୟମ ଅନୁସାରେ ଦ୍ୱାଦଶ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିଲେ ନାମଲେଖା ପାଇଁ ଅନୁମତି ମିଳିବ। ଏହାଛଡ଼ା ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ୨୦ ମଧ୍ୟରେ ରହିଥିବା ଛାତ୍ରଛାତ୍ରୀ ମଧ୍ୟ ନାମଲେଖାଇ ପାରିବେ। ଜେଇଇ ମେନ୍‍ ର‌୍ୟାଙ୍କ ଆଧାରରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଗ୍ୟତା ଭିତ୍ତିକ ସର୍ତ୍ତ ରଖାଯାଇଛି।

ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ ହୋଇଥିବାବେଳେ ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଏହା ୬୫ ପ୍ରତିଶତ ରହିଛି। ଯଦି କୌଣସି ଛାତ୍ରଛାତ୍ରୀ ଜେଇଇ ମେନ୍‍- ୨୦୨୩ ସେସନ-୧ ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ  [email protected] ଇମେଲ ଜରିଆରେ ଯୋଗାଯୋଗ କରିପାରିବେ। ଏଥିପାଇଁ ହେଲ୍‍ପଲାଇନ୍‍ ନମ୍ବର ମଧ୍ୟ ଜାରି କରାଯାଇଛି । ସେଗୁଡ଼ିକ ହେଲା ୦୧୧ ୪୦୭୫ ୯୦୦୦, ୦୧୧ ୬୯୨୨ ୭୭୦୦।

Get real time updates directly on you device, subscribe now.