Breaking: OSRTCର ବଡ ସୂଚନା..ମହାକୁମ୍ଭ ପାଇଁ ଚାଲିବ 8 ଟି ବସ୍, ସୁଲଭ ମୂଲ୍ୟରେ ଯାତ୍ରା କରିବେ ଓଡିଶାବାସୀ

ଓଏସଆରଟିସି ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀଙ୍କ ସୂଚନା । ମହାକୁମ୍ଭ ପାଇଁ ଓଡିଶାରୁ ଚାଲିବ 8 ବସ୍ ।

ଭୁବନେଶ୍ବର: ମହାକୁମ୍ଭ ପାଇଁ  ଚାଲିବ 8 ଟି ବସ୍ । ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ 8ଟି ବସ୍ ଯିବ । ଏନେଇ ସୂଚନା ଦେଲେ ଓଏସଆରଟିସି ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ।

ମହାକୁମ୍ଭ ଯିବ 8 ବସ୍-  13 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବସ୍ ବାହାରିବ । 8ଟି ବସ୍ ଅଯୋଧ୍ୟା ଅଭିମୁଖେ ବାହାରିବ । ତେବେ ଯଦି ଆବଶ୍ୟକ ହୁଏ ତାହେଲେ ଅଧିକ ବସ୍ ଚଲେଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ସଚିବ ।

ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ବାହାରି ଅଯୋଧ୍ୟାକୁ ସଂଯୋଗ କରିବ । ପ୍ରତ୍ୟେକ ମାର୍ଗ ପାଇଁଦୁଇଟି ଲେଖାଏଁ ବସ୍ ରହିବ । ଏହା ଯାତ୍ରୀମାନଙ୍କୁ ବ୍ୟାପକ ସୁବିଧା ପ୍ରଦାନ କରିବ । ଏହି ସେବା ଓଡ଼ିଶାର ପ୍ରମୁଖ ସହର ଗୁଡ଼ିକୁ ସଂଯୋଗ କରିବ। ଯାହାଦ୍ୱାରା ରାଜ୍ୟର ସମସ୍ତ ତୀର୍ଥଯାତ୍ରୀମାନେ ଉପକୃତ ହୋଇପାରିବେ ।

ଏହି ସ୍ବତନ୍ତ୍ର ସେବା ଜାନୁଆରୀ 13 ତାରିଖରୁ ଫେବୃଆରୀ 26 ତାରିଖ ଯାଏଁ କାର୍ଯ୍ୟକ୍ଷମ ହେବ । ଯାତ୍ରୀସହାୟତାପାଇଁ୨୪ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା  ରହିଛି ।

ଅତ୍ୟାଧୁନିକ ସୁବିଧା- ଯାତ୍ରୀମାନଙ୍କର ଆରାମଦାୟକ ଯାତ୍ରାକୁ ପ୍ରାଥମିକତା ଦେବା ପାଇଁ ବସ୍ ଭିତରେ ଆଧୁନିକସୁବିଧା, ଯେପରିକି ସ୍ଲିପର ସିଟ୍, ମୋବାଇଲ୍ ଚାର୍ଜିଂପୋର୍ଟ ଭଳି ସୁବିଧା ରହିବ । ବସ୍ ଭିତରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଯାନ ଟ୍ରାକିଂ, ପ୍ୟାନିକ୍ ବଟନ୍ ଏବଂ ଏକ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା (ADAS) ଭଳି ବୈଶିଷ୍ଟ୍ୟ ରହିଛି ।

ଯାତ୍ରୀମାନେ ସୁଲଭ ମୂଲ୍ୟରେ ଏହି ପ୍ରିମିୟମ୍ ବସ୍ ସେବାଗୁଡ଼ିକର ଲାଭ ଉଠାଇପାରିବେ । ଯାତ୍ରୀମାନେ ଓଏସ୍ଆରଟିସି ୱେବସାଇଟ୍ (osrtc.org), ଓଏସ୍ଆରଟିସି ମୋବାଇଲ୍ ଆପ୍ କିମ୍ବା ସେମାନଙ୍କର ନିକଟତମ ଓଏସ୍ଆରଟିସି ଟିକେଟ୍ କାଉଣ୍ଟରକୁ ଯାଇ ଟିକେଟ୍ ବୁକ୍ କରିପାରିବେ । ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ଏକ ଉତ୍ସର୍ଗୀକୃତ ୨୪/୭ ହେଲ୍ପଲାଇନ (୧୮୦୦-୩୪୫-୧୧୨୨ ଟୋଲ୍ ଫ୍ରି ନଂ ଏବଂ ହ୍ୱାଟସଆପ୍ ନଂ- ୭୮୪୯୦୦୫୨୨୦୫) ବ୍ୟବସ୍ଥା କରାଯାଇଛି ।