fbpx
BJD
BJD SKY
BJD SKY

୮ ମାସର ଗର୍ଭବତୀ ବୋହୂର ମୁଣ୍ଡରେ ଆଘାତ ଦେଲା ଶାଶୁ , ମୃତ୍ୟୁ ପରେ ସାରା ଅଞ୍ଚଳରେ ଉତ୍ତେଜନା

ସାହାରନପୁର : ସାମାନ୍ୟ ବିବାଦକୁ ନେଇ ସାହାରନପୁରରେ ଏକ ଘଟଣା ଘଟିଟିଛି । ଏହାରେ ଗର୍ଭବତୀ ଥିବା ବୋହୁକୁ ଶାଶୁ ଶିଳପୁଆରେ ଆକ୍ରମଣ କରିବାରୁ ବୋହୂର ମୃତ୍ୟୁ ହୋଇଛି । ପୋଲିସ ଶାଶୁକୁ ଗିରଫ କରିଛି । ପୋଲିସ ଅଧ୍ୟକ୍ଷ କହିଛନ୍ତି ୩୨ ବର୍ଷର ସ୍ୱାତୀଙ୍କ ବିବାହ ଦେଢ ବର୍ଷ ପୂର୍ବରୁ ହୋଇଥିଲା । ତାଙ୍କ ବିବାହ ବରଗାଓଁ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଜଡୁଦା ଗାାଁରେ ହୋଇଥିଲା ।

ବୁଧବାର ଦିନ ଶାଶୁ ଏବଂ ବୋହୁ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଦେଖା ଦେଇଥିଲା । ଯାହା ପରେ ଶାଶୁ ରାଗରେ ଏକ ଶିଳପୁଆରେ ବୋହୁର ମୁଣ୍ଡରେ ଆଘାତ ଦେଇଥିଲେ । ଏହା ପରେ ସ୍ୱତୀଙ୍କ ସ୍ୱାମୀ ତାଙ୍କୁ ହସ୍ପିଟାଲ ନେଇଥିଲେ । ଏହା ପରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କାରାଯାଇଥିଲା । ତେବେ ଗୁରୁବାର ବିଳମ୍ବିର ରାତିରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ସ୍ୱାତୀର ପରିବାର ଲୋକଙ୍କ କହିବା ଅନୁସାରେ ସ୍ୱାତୀ ୮ ମାସର ଗର୍ଭବତୀ ଥିଲେ । ତାଙ୍କ ଶାଶୁ ଜାଦୁ ଏବଂ ଅନ୍ଧବିଶ୍ୱାସରେ ବିଶ୍ୱାସ ରଖି ଥିଲେ । ଯାହାର ବିରୋଧ କରୁଥିଲେ ସ୍ୱାତୀ ।ଏହି ଘଟଣାକୁ ନେଇ ଦୁଇଜଣଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ଏବେ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.