fbpx
BSKY
BJD MC SKY
BJD YOUTH SKY

ବିଶ୍ୱକପ ପାଇଁ ୮ଟି ଦଳକୁ ମିଳିଲା ଆଇସିସିର ଗ୍ରୀନ ସିଗନାଲ: ଟୁର୍ଣ୍ଣାମେଣ୍ଟରେ ଡାଇରେକ୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ: ଆଗକୁ ଆସୁଛି କ୍ରିକେଟ ଜଗତର ମହାସମର । ପୁଣିଥରେ ଟାଇଟଲ ହାସଲ କରିବା ପାଇଁ ଲାଗିବ ବିଶ୍ୱଯୁଦ୍ଧ । ବିଶ୍ୱକପର ଚମ୍ପିଆନ ମୁକୁଟ ପିନ୍ଧିବାକୁ ଲଢିବେ ବିଶ୍ୱର ଶକ୍ତିଶାଳୀ ଟିମ । ତେବେ ଏହା ପୂର୍ବରୁ ଆଇସିସି ଦେଇଛି ଏକ ବଡ ଅପଡେଟ । ୨୦୨୪ ମହିଳା ଟି-୨୦ ବିଶ୍ୱକପ ପାଇଁ ୮ଟି ଟିମକୁ ଏବେଠୁ ଗ୍ରୀନ ସିଗନାଲ ମିଳିସାରିଛି । ଟୁର୍ଣ୍ଣାମେଣ୍ଟରେ ଏହି ଦଳ ସିଧଶ ଏଣ୍ଟ୍ରି କରିପାରିବେ ।

ଆସନ୍ତାବର୍ଷ ବାଂଲାଦେଶରେ ଆୟୋଜନ ହେବାକୁ ଯାଉଛି ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ । ତେବେ ଏହାପୂର୍ବରୁ ଆଇସିସି ୮ଟି ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୀନ ସିଗନାଲ ଦେଇ ସାରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟର ପ୍ରଥମ ଗ୍ରୁପରେ ରହିଥିବା ବେଳେ ଦ୍ୱିତୀୟ ଗ୍ରୁପରେ ସ୍ଥାନ ପାଇଛନ୍ତି ଇଂଲଣ୍ଡ, ଭାରତ ଏବଂ ୱେଷ୍ଟଇଣ୍ଡିଜ । ତେବେ ବାଂଲାଦେଶ ବିଶ୍ୱକପର ଆୟୋଜକ ଦେଶ ଭାବରେ ବିଶ୍ୱକପ ଖେଳିବା ପାଇଁ ସୁଯୋଗ ପାଇଛି । ଏମାନଙ୍କ ବ୍ୟତୀତ ପାକିସ୍ତାନ ଚଳିତବର୍ଷ ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ମହିଳା ଟିମ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଦଖଲ କରିଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ସୁଯୋଗ ପାଇଛି ।

ତେବେ ବାକି ୨ଟି ଟିମ ଆସନ୍ତାବର୍ଷ ଗ୍ଲୋବାଲ କ୍ୱାଲିଫାୟାର ଦ୍ୱାରା ଚୟନ କରାଯିବ । କିନ୍ତୁ ଆଇସିସିର ନୋଟିସ ଅନୁଯାୟୀ ବିଶ୍ୱକପ-୨୦୨୪ରେ ସିଧା ଏଣ୍ଟ୍ରି କରିବାରେ ବିଫଳ ହୋଇଛନ୍ତି ଶ୍ରୀଲଙ୍କା ଏବଂ ଆୟରଲାଣ୍ଡ । ବର୍ତ୍ତମାନ ଶ୍ରୀଲଙ୍କା ରାଙ୍କିଙ୍ଗ ତାଲିକାର ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଆୟରଲାଣ୍ଡ ଦଶମ ସ୍ଥାନରେ ରହିଛି । ଲଗାତାର ପ୍ରଦର୍ଶନ ଖରାପ ରହୁଥିବାରୁ ଚଳିତବର୍ଷ ବିଶ୍ୱକପରେ ମଧ୍ୟ ଉଭୟ ଦଳ ଫ୍ଲପ ହୋଇଛନ୍ତି ।

Get real time updates directly on you device, subscribe now.