fbpx

Power Grid Corporation ପକ୍ଷରୁ ବାହାରିଲା ୮୦୦ ପଦବୀ: ଆସନ୍ତା ୧୨ ଦିନ ମଧ୍ୟରେ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ଖବର ଆସିଛି । ପାୱାର ଗ୍ରୀଡ୍ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ପିଜିସିଆଇଏଲ) ପକ୍ଷରୁ ୮୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଫିଲ୍ଡ ଇଞ୍ଜିନିୟର ଓ ଫିଲ୍ଡ ସୁପରଭାଇଜର ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ଫିଲ୍ଡ ଇଞ୍ଜିନିୟର (ଇଲେକ୍ଟ୍ରିକାଲ / ଇଆଣ୍ଡଟି / ଆଇଟି) ପଦବୀ ପାଇଁ ୪୦୦ ଟଙ୍କା, ଫିଲ୍ଡ ସୁପରଭାଇଜର (ଇଲେକ୍ଟ୍ରିକାଲ / ଇଆଣ୍ଡସି) ପଦବୀ ପାଇଁ ୩୦୦ ଟଙ୍କା ଜମା କରିବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁବିଡି / ଏକ୍ସ-ଏସଏମ ପ୍ରାର୍ଥୀଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ । ଆସନ୍ତା ୨୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୧୧ ତାରିଖରେ ସମାପ୍ତ ହେବ ।

ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୨୯ ବର୍ଷ ରହିଥିବା ବେଳେ ବୟସ ନିୟମ ଅନୁଯାୟୀ କୋହଳ କରାଯିବ । ପ୍ରାର୍ଥୀଙ୍କର ବୟସସୀମା, କାର୍ଯ୍ୟ ଅଭିଜ୍ଞତା ୨୦୨୨ ମସିହା ଡିସେମ୍ବର ୧୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ଇଣ୍ଟରଭ୍ୟୁ / ସ୍କ୍ରିନିଂ ଟେଷ୍ଟ ତାରିଖ ୱେବସାଇଟରେ ଅଲଗା ଭାବେ ସୂଚିତ ଦିଆଯିବ ।

ଅନଲାଇନ ଆବେଦନ ଲିଙ୍କ: https://careers.powergrid.in/cc-fefs-2022/t/default.aspx

ଲଗ୍ ଇନ୍ ଲିଙ୍କ: https://careers.powergrid.in/cc-fefs-2022/t/login.aspx

ନୋଟିଫିକେସନ ଲିଙ୍କ: https://www.powergrid.in/sites/default/files/Advt.pdf

Get real time updates directly on you device, subscribe now.