ଭୁବନେଶ୍ବର:ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଗତ ଦୁଇ ଦିନ ଧରି ଖଲ୍ଲିକୋଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଭିନ୍ନ ଅପରାଧିକ ମାମଲା ଓ ବେପରୁଆ ଗାଡ଼ି ଚାଳନାକୁ ନଜର ରଖି ବିଭିନ୍ନ ସ୍ଥାନରେ ଯାନବାହନକୁ ଅଟକାଇ ଯାଞ୍ଚ କରାଯାଉଛି । ଆଜି ପୋଲିସ ଖଲ୍ଲିକୋଟ କେଶପୁର ନିକଟରେ ଯାଞ୍ଚ କରୁଥିବା ବେଳେ 88 କେଜିରୁ ଅଧିକ ରୂପା ଜବତ କରାଯାଇଛି ।
ବ୍ରହ୍ମପୁର ଠାରୁ କଲିକତା ଅଭିମୁଖେ ଯାଉଥିବା ଗୋଟିଏ କାରରୁ ୭୩ ଟି ରୂପା ଇଟା ସହିତ ନଗଦ ପାଞ୍ଚ ଲକ୍ଷ ୪୨ ହଜାର ୬୦୦ଟଙ୍କା ଜବତ କରିଛି ଖଲ୍ଲିକୋଟ ପୋଲିସ । ଯାହାର କି ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି । ଖଲ୍ଲିକୋଟ ପୋଲିସ୍ କାରକୁ ଜବତ କରିବା ସହିତ କାର ଭିତରେ ଥିବା ରୂପା ଚାଲାଣକାରୀଙ୍କୁ ଗିରଫ କରିଛି । ତେବେ ଗିରଫ ବ୍ୟକ୍ତି ହେଲେ କଲିକତା ହୁଗୁଳି ଅଞ୍ଚଳର ଅରୂପ ଭୂୟାଁ ଓ ପଶ୍ଚିମବଙ୍ଗ ଭୁଦେବ ଚୌକ ଅଞ୍ଚଳର ଉଦିପ ସାଙ୍କି । ତେବେ ଏତି ପରିବାରର ରୁପା ଏବଂ ଟଙ୍କାନେଇ କୁଆଡେ ଯାଉଥିଲେ ତାହା ଜଣାପଡି ନାହିଁ । ପୋଲିସ ଥାନାରେ ଉଭୟଙ୍କୁ ପଚରାଉଚରା ଜାରି ରଖିଛି । ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ, ଜିଏସଟି ଫାଙ୍କିବା ପାଇଁ ଏଭଳି କରାଯାଉଥିବା ଜଣାପଡିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ।