ଭୁବନେଶ୍ୱର,୨୯ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୫୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୯୮୫ କୁ ବୃଦ୍ଧି ପାଇଛି ।
Update on newly detected #COVID19 cases in the last
24 hrs under the BMC area on 29th Oct(till 9am) pic.twitter.com/IJRO2XOEGm— BMC (@bmcbbsr) October 29, 2020
ମୋଟ ୨୮ ହଜାର ୯୮୫ପଜିଟିଭ ମଧ୍ୟରୁ ୧୬୨ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୭ ହଜାର ୦୮୦ ଜଣ ସୁସ୍ଥ ଓ ୧୭୨୨ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।