fbpx

ରାଜ୍ୟରେ ଆଉ ୯୯କରୋନା ଆକ୍ରାନ୍ତ ସୁସ୍ଥ

Advertisement

ଭୁବନେଶ୍ୱର, ୮ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୯୯୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୯୯ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬, ଖୋର୍ଦ୍ଧାରୁ ୧୩, କେନ୍ଦ୍ରାପଡ଼ାରୁ ୧୧, ଗଞ୍ଜାମରୁ ୯, ଦେବଗଡ଼ରୁ ୮, କଟକରୁ ୭, ଜଗତସିଂହପୁରରୁ ୭, ବାଲେଶ୍ୱରରୁ ୬, ବରଗଡ଼ରୁ ୬, ବଲାଙ୍ଗୀରରୁ ୬, କେନ୍ଦୁଝରରୁ ୪, ନୟାଗଡ଼ରୁ ୩, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.