fbpx

ଓମିକ୍ରନ୍: ସାମ୍ନାକୁ ଆସିଲା ନୂଆ ତଥ୍ୟ; ୭୦ ଗୁଣା ସଂକ୍ରାମକ, ୧୦ ଗୁଣା କମ୍ କ୍ଷତିକାରକ

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ମେଲାଉଥିବା କରୋନା ଭାଇରସର ନୂଆ ଭାରିଆଣ୍ଟକୁ ନେଇ ଆସିଛି ନୂଆ ତଥ୍ୟ । ୟୁନିର୍ଭସିଟି ଅଫ୍ ହଂକଂ ପକ୍ଷରୁ ନୂଆ ତଥ୍ୟ । ରିପୋର୍ଟରେ କୁହାଯାଇଛି ଯେ ଓମିକ୍ରନ ୭୦ ଗୁଣା ଅଧିକ ବେଗରେ ସଂକ୍ରମିତ କରିପାରେ, ଡେଲଟା ଭାରିଆଣ୍ଟ ଠାରୁ ଓମିକ୍ରନ ଅଧିକ ସଂକ୍ରାମକ । ଓମିକ୍ରନ ଅଧିକ ବେଗରେ ବ୍ୟାପେ ହେଲେ ଏହା କମ୍ କ୍ଷତି କରିଥାଏ । ଡେଲଟା ତୁଳନାରେ ଏହା ମାତ୍ର ୧୦ ଗୁଣ କ୍ଷତି ପହଞ୍ଚାଇଥାଏ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା ଭାଇରସର ଏହି ନୂତନ ଭାରିଆଣ୍ଟ ଓମିକ୍ରନ୍ । ସାରା ବିଶ୍ୱରେ ୭୦ ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି ଏହି ଭାରିଆଣ୍ଟ । ଭାରତରେ ମଧ୍ୟ ଏହା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ ୭୮ ସଂକ୍ରମିତ ଚିହ୍ନଟ ହେଲେଣି ।

Get real time updates directly on you device, subscribe now.