fbpx

(Watch Video) ୨୪ ବର୍ଷରେ ସୁମିତ ମୋ ଜୀବନ ନଷ୍ଟ କରିଦେଲେ, ଦରମା ଆଜି ଯାଇଛି କାଲି ମିଳିବ ହେଲେ ମୋ ଇଜ୍ଜତ ନୁହେଁ: ଅଭିଯୋଗ ଆଣିଲେ ତପସ୍ୱିନୀ

ଗଞ୍ଜାମ: ଡାକ୍ତର ସୁମିତ ଏବଂ ତପସ୍ୱିନୀ ପାରିବାରିକ କଳହ ମାମଲା ଏବେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି । ଶାଶୁ ଘରେ ନିଜର ଅଧିକାର ଦାବି କରି ଧାରଣାରେ ବସିଥିବା ବୋହୂ ତପସ୍ୱିନୀଙ୍କ ମାମଲା କୋର୍ଟରେ ଶୁଣାଣି ହୋଇଥିଲା । ଏହାପରେ କୋର୍ଟ ତପସ୍ୱିନୀ ଏବଂ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଗାମୀ ଶୁଣାଣି ପାଇଁ ପକ୍ଷ ରଖିବା ପାଇଁ ଆଉ ଅଧିକ ସମୟ ଆଣିବା ପରେ କେଉଁଆଡେ ଚାଲିଯାଇଥିଲେ ବୋଲି ଅଭିଯୋଗ କରିଥିଲେ ତପସ୍ୱିନୀ । ସେପଟେ କିନ୍ତୁ ଗୁରୁବାର ସୁମିତ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ତପସ୍ୱିନୀ ତାଙ୍କୁ ଜୀବନକୁ ବରବାଦ କରିଦେଇଛନ୍ତି, ତାଙ୍କ ପରିବାରର ମାନ ହାନି କରିଛନ୍ତି ।

ସେ ଅଭିଯୋଗ କରଛନ୍ତି ‘ସୁମିତ୍ ତାଙ୍କ ଜୀବନ ନଷ୍ଟ କରିଛନ୍ତି, ହୁଏତ ସେ ଆଉ କେଉଁଠାରେ ବିବାହ କରିପାରନ୍ତି’, କିନ୍ତୁ ତପସ୍ୱିନୀ ଏହି ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି । ନିଜ ସ୍ୱାମୀଙ୍କୁ ପାଇବା ପାଇଁ ସେ ସବୁକିଛି କରିବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଜଣେ ନାରୀ ସରସ୍ୱତୀ ହୋଇପାରେ ଏବେ ଦରକାର ପଡ଼ିଲେ କାଳୀ ମଧ୍ୟ ହୋଇପାରେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.