fbpx

ଓମିକ୍ରନ୍ ପାଇଁ ବଦଳିବନି କରୋନା ଚିକିତ୍ସା ପଦ୍ଧତି: WHO

ନୂଆଦିଲ୍ଲୀ: ଓମିକ୍ରନ ଚିକିତ୍ସାକୁ ନେଇ ପରାମର୍ଶ ଦେଲା ‘ହୁ’ । କେନ୍ଦ୍ରକୁ ବିଶ୍ୱର ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ । ଓମିକ୍ରନ୍ ପାଇଁ ବଦଳିବନି କରୋନା ଚିକିତ୍ସା ପଦ୍ଧତି । ଅନ୍ୟ ଭାରିଆଣ୍ଟ ପରି ଓମିକ୍ରନ ପାଇଁ ବି ସମାନ ଚିକିତ୍ସା ପ୍ରଣାଳୀରେ ଚିକିତ୍ସା କରାଯିବ । ଦକ୍ଷିଣ ଆଫ୍ରିକାରେ ଡେଲଟା ଠାରୁ ଅଧିକ ବେଗରେ ବ୍ୟାପୁଛି ଓମିକ୍ରନ । ବିଶ୍ୱର ୯୧ଟି ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛି ‘ହୁ’ ।

ସୂଚନାଯୋଗ୍ୟ, କରୋନା ଭାଇରସର ନୂଆ ଭାରିଆଣ୍ଟ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ଡେଲଟାଠାରୁ ମଧ୍ୟ ଅଧିକ ବେଗରେ ବୃଦ୍ଧି ପାଉଛି । ସେପଟେ ସରକାର ଓମିକ୍ରନ ଠାରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ଟିକା ନେବା ସହ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ଭାରତରେ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ଏହି ଭାରିଆଣ୍ଟ । ଯାହାକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.