fbpx

ଏଲିଅନ୍ସଙ୍କ ତଲାସ କରିବ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍, ଆସନ୍ତା ୨୪ ତାରିଖରୁ କାର୍ଯ୍ୟ ଆରମ୍ଭ କରିବ NASA

ନୂଆଦିଲ୍ଲୀ: ଆମେରିକାର ମହାକାଶ ସଂସ୍ଥା (ନାସା) ସମଗ୍ର ବିଶ୍ୱକୁ ଚକମା ଦେବାକୁ ଯାଉଛି । ଆସନ୍ତା ୨୪ ତାରିଖରେ ଲଞ୍ଚ ହେବ ଜେମ୍ସ ୱେବ ଟେଲିସ୍କୋପ । ଏହି ଟେଲିସ୍କୋପ୍ ସହାୟତାରେ ଏଲିଅନ୍ସଙ୍କର ସନ୍ଧାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ନାନାର ପ୍ରଶାସକ ବିଲ୍ ନେଲସନ୍ । ଆସନ୍ତା ଶୁକ୍ରବାର ଦିନ ଏହା ଲଞ୍ଚ ହେବା ପରେ ଏଲିଅନ୍ସ ଦୁନିଆର ସନ୍ଧାନ କରାଯିବ । ଏଥିପାଇଁ ୟୁରୋପୀୟ ଏରିୟନ ରକେଟ ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୁଏନରୁ ଏହି ରକେଟକୁ ନେଇ ଯାତ୍ରା ଆରମ୍ଭ କରିବ । ୭୬ ହଜାର କୋଟିରୁ ଅଧିକ ବ୍ୟୟ ହୋଇଥିବା ୱେବ ଟେଲିସ୍କୋପକୁ ହବଲ ସ୍ପେସ ଟେଲିସ୍କୋପର ଉତ୍ତରାଧିକାରୀ ବିବେଚନା କରାଯାଉଛି ।

ଏହା ଆଜି ଲଞ୍ଚ ହେବାର ଥିଲା, ମାତ୍ର ଟେକ୍ନିକାଲ ତ୍ରୁଟି କାରଣରୁ ଆଉ କିଛିଦିନ ପାଇଁ ତାହାକୁ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ ଏହା ଆସନ୍ତା ଶୁକ୍ରବାର ଦିନ ଲଞ୍ଚ ହେବ ବୋଲି ସ୍ଥିରୀକୃତ ହୋଇଛି । ଇଷ୍ଟର୍ଣ୍ଣ ଟାଇମ୍ ଜୋନର ସମୟ ସକାଳ ୭.୨୦ରେ ଏହି ଲଞ୍ଚ କାର୍ଯ୍ୟକ୍ରମ ରହିଛି । ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ଏହି ଲଞ୍ଚ କରାଯାଉଥିବାରୁ ଏହି ଅବସରରେ ଆମେରିକା କଂଗ୍ରେସର ଅଧିକାରୀଙ୍କ ସହିତ କନେକ୍ଟର ଟିମ୍ ମଧ୍ୟ ଉପସ୍ଥିତ ରହିବେ ନାହିଁ । ଏହି କାର୍ଯ୍ୟକ୍ରମ ନାସା ସହିତ ୟୁରୋପୀୟ ଓ କାନାଡ଼ା ଅନ୍ତରୀକ୍ଷ ଏଜେନ୍ସି ମିଶି କାମ କରୁଛନ୍ତି । ଏନେଇ ନେଲସନ କହିଛନ୍ତି ଯେ, ଏହି ପ୍ରୋଗ୍ରାମ ମାଧ୍ୟମରେ ବହୁତ କିଛି ତଥ୍ୟ ହାସଲ କରାଯିବ । ବ୍ରହ୍ମାଣ୍ଡ ବିଷୟରେ ନୂଆ ନୂଆ ଜିନିଷ ଜାଣିବାରେ ଏହା ସହାୟତା କରିବ । ଏହା ମାଧ୍ୟମରେ ଏଲିଅନ୍ସଙ୍କ ଠାରୁ ମିଳୁଥିବା ସିଗନାଲକୁ ଚିହ୍ନଟ କରାଯାଇ ପାରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.