fbpx

(ଭିଡିଓ) ଅଜଣା ଗାଡ଼ି ଧକ୍କାରେ ବିରଳ ପ୍ରଜାତିର ଭାଲୁ ମୃତ, ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଆତଙ୍କ

ପୁରୀ(ଓଡ଼ିଶା ଭାସ୍କର): ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ନିଆଖିଆ ବ୍ରିଜ୍ ନିକଟରେ ଅଜଣା ଗାଡି ଧକ୍କାରେ ବିରଳ ପ୍ରଜାତିର ଭାଲୁର ମୃତ୍ୟୁ ହୋଇଯାଇଛି । ଏହି ଭାଲୁଟିର ନାମ ହେଉଛି ଗଢାଭାଲୁ । ଏପରି ଜନ୍ତୁ ପୁରୀ କୋଣାର୍କ ବନଖଣ୍ଡରେ ପ୍ରଥମ ଥର ଦେଖିବାକୁ ମିଳିଛି । ଏମାନେ ଗାତ ଭିତରେ ରହୁଥିବା କୋଣାର୍କ ବନଖଣ୍ଡ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି । ମଣିଷକୁ ବାଘପରି ଆକ୍ରମଣ କରୁଥିବା ଜଣାପଡିଛି । ଏହାକୁ ଦେଖି କୋଣାର୍କ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ପୁରୀ, କୋଣାର୍କ ବୁଲିଆସୁଥିବା ପର୍ଯ୍ୟଟକଙ୍କ ପ୍ରତି କେଉଁ ସମୟରେ ବିପଦ ସଙ୍କେତ ହେବ ତାହା କହିହେବ ନାହିଁ । ତେବେ ତୁରନ୍ତ ପୁରୀ, କୋଣାର୍କ ବନଖଣ୍ଡ ଅଧିକାରୀ ଏପରି ଜୀବଜନ୍ତୁ କୁ ସୁରକ୍ଷା ଦେବା ସହ କୋଣାର୍କ ଅଞ୍ଚଳ ବାସିକୁ ସୁରକ୍ଷା ଦେବାକୁ ଦାବି ହୋଇଛି ।

Get real time updates directly on you device, subscribe now.