fbpx

ଟିମ୍ ଇଣ୍ଡିଆର ଏହି ୩ ଜଣ ଖେଳାଳିଙ୍କ T-20 କ୍ୟାରିଅର ହୋଇଗଲା ଖତମ, ପୁନର୍ବାର ଦଳକୁ ଫେରିବା ଅସମ୍ଭବ

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଟିମରେ ସ୍ଥାନ ପାଇବା ଏକ ସ୍ୱପ୍ନ ପରି । ବର୍ତ୍ତମାନ ସମୟରେ ଅନେକ ଯୁବ ଖେଳାଳି ଆଇପିଏଲ ଓ ଘରୋଇ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି । ଏପରି ସ୍ଥିତିରେ କିଛି ଖେଳାଳିଙ୍କ ଟି-୨୦ କ୍ୟାରିଅର ଅନ୍ତ ହେବାକୁ ବସିଲାଣି । ଆସନ୍ତୁ ନଜର ପକାଇବା ସେମାନଙ୍କ ବିଷୟରେ ।

୧- କେଦାର ଯାଦବ: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱ ସମୟରେ କେଦାର ଯାଦବ ନିଜର ଟି-୨୦ ଡେବ୍ୟୁ କରିଥିଲେ । ଗତ ୪ ବର୍ଷ ହେଲା କେଦାର ଦଳ ବାହାରେ ରହିଛନ୍ତି । ସେ ଭାରତ ପାଇଁ ୯ଟି ଟି-୨୦ ଖେଳି ୧୨୨ ରନ ସଂଗ୍ରହ କରିଛନ୍ତି । ୨୦୧୦ରୁ ଆଇପିଏଲ ଖେଳିଆସୁଥିବା କେଦାରଙ୍କ କ୍ୟାରିଅର ସେଥିରେ ଭଲ ରହିଛି । ଚଳିତ ଆଇପିଏଲରେ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ ହେଁ ୬ଟି ମ୍ୟାଚରୁ ମାତ୍ର ୫୫ ରନ୍ ସଂଗ୍ରହ କରିଥିଲେ । ବତ୍ତର୍ମାନ ତାଙ୍କୁ ୩୫ ବର୍ଷ ଅତିକ୍ରାନ୍ତ ହୋଇସାରିଥିବା ବେଳେ ସେ ଟି-୨୦ କ୍ରିକେଟକୁ ଫେରିବା ଏକ ପ୍ରକାର ଅସମ୍ଭବ ପରି ଲାଗୁଛି ।

୨- ଦିନେଶ କାର୍ତ୍ତିକ: ଦିନେଶ କାର୍ତ୍ତିକ ୨୦୦୬ରେ ନିଜର ଟି-୨୦ ଡେବ୍ୟୁ କରିଥିଲେ । ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ରହିବା ସମୟରେ ଦିନେଶଙ୍କୁ ଭାରତୀୟ କ୍ରିକେଟ ଦଳରେ ସୁଯୋଗ ମିଳିନଥିଲା । ସେ ଭାରତ ପାଇଁ ୩୨ଟି ଟି-୨୦ ଖେଳି ୩୯୯ ରନ୍ ସଂଗ୍ରହ କରିଛନ୍ତି । ବର୍ତ୍ତମାନ ସେ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଟିମ୍ ଇଣ୍ଡିଆ କି ଆଇପିଏଲରେ ସେପରି ଆଖିଦୃଶିଆ କମାଲ୍ ଦେଖାଇ ପାରିନାହାନ୍ତି । ଚଳିତ ଆଇପିଏଲରେ ସେ କେକେଆର ପକ୍ଷରୁ ଖେଳି ୧୭ଟି ମ୍ୟାଚରେ ୨୨୩ ରନ୍ ସଂଗ୍ରହ କରିଥିଲେ । ଏବେ ସେ ୩୬ ବର୍ଷ ବୟସରେ ଉପନୀତ ହୋଇସାରିଥିବା ବେଳେ ଭାରତୀୟ ଦଳକୁ ଫେରିବା ଆଶା ଏକପ୍ରକାର ଛାଡ଼ିଦେଇଥିବା ପରି ମନେହୁଏ ।

୩- ହରଭଜନ ସିଂହ: ଗତ ୨୦୦୭ ଟି-୨୦ ବିଶ୍ୱବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ ହରଭଜନ ସିଂହ । ଗତ ୫ ବର୍ଷ ଧରି ହରଭଜନ ଟି-୨୦ କ୍ରିକେଟରୁ ବାହାରେ ରହିଛନ୍ତି । ପୂର୍ବ ପରି ତାଙ୍କର ବୋଲିଂରେ ଆଉ ଯାଦୁ ଦେଖିବାକୁ ମିଳୁନାହିଁ । ହରଭଜନ ଭାରତ ପାଇଁ ୨୮ଟି ଟି-୨୦ ଖେଳି ୨୫ଟି ୱିକେଟ ହାସଲ କରିଛନ୍ତି । ଦିନକୁ ନୂଆ ନୂଆ ଯୁବ ଖେଳାଳିଙ୍କ ଆବିର୍ଭାବ ହେତୁ ହରଭଜନଙ୍କ କ୍ୟାରିଅର ସମାପ୍ତ ହେବାକୁ ବସିଛି ।

Get real time updates directly on you device, subscribe now.