fbpx

ଅବ୍ୟବସ୍ଥାକୁ ନେଇ କଲେଜରେ ତାଲା ପକାଇଲେ ଛାତ୍ର ଛାତ୍ରୀ: ସମାଧାନ ନହେଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ

କେନ୍ଦୁଝର ଜିଲ୍ଲା ଜାମୁନାଳିଆ ସ୍ଥିତ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀମାନେ କଲେଜରେ ବିଭିନ୍ନ ସମସ୍ୟା ନେଇ ଗତ 3 ଦିନ ହେବ ଆନ୍ଦୋଳନରେ ବସିଛନ୍ତି । କଲେଜରେ ସ୍ଥାୟୀ ଅଧ୍ୟାପକ, ଲାଇବ୍ରେରୀ, ପ୍ଲେସମେଣ୍ଟର ସୁବିଧା ନଥିବା କହିଛନ୍ତି ଛାତ୍ର ଛାତ୍ରୀ । ଏମିତିକି କରୋନା କାଳରେ ସାନିଟାଇଜରର ବ୍ୟବସ୍ଥା ମଧ୍ୟ ନାହିଁ । ଖେଳ ପଡ଼ିଆ କିମ୍ବା ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନଥିବା ଅଭିଯୋଗ କରି ତାଲା ପକାଇଛନ୍ତି ଛାତ୍ର ଛାତ୍ରୀ । ପ୍ରତି ବର୍ଷ ଏ ସବୁ ସମସ୍ୟା କୁ ନେଇ ଆନ୍ଦୋଳନ କରି ଆସୁଛନ୍ତି ଛାତ୍ରଛାତ୍ର । ସେପଟେ କଲେଜ ଅଧ୍ୟକ୍ଷ କହୁଛନ୍ତି ସମସ୍ୟାର ଶୀଘ୍ର ସମାଧାନ ହେବ। ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କୁ ଜୋର ଦାର କରିବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

Get real time updates directly on you device, subscribe now.