fbpx

ଗୋଟିଏ ଦିନରେ ୩୦ଟି ନୂଆ ମାମଲା, ଏବେ ସୁଦ୍ଧା ୧୪୫; ଭାରତରେ ରକେଟ୍ ବେଗରେ ମାଡ଼ିଚାଲିଛି ଓମିକ୍ରନ୍

ନୂଆଦିଲ୍ଲୀ: ଶନିବାର ଦିନ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୦ଟି ନୂତନ ମାମଲା ସାମନାକୁ ଆସିଛି । ଏହା ପୂର୍ବରୁ ଶୁକ୍ରବାର ଦିନ ୨୬ ଟି ମାମଲା ଚିହ୍ନଟ ହୋଇଥିଲା । ଏସବୁ କୁ ମିଶାଇ ଦେଶରେ ଏଯାବତ୍ ଓମିକ୍ରନର ୧୪୮ଟି କେସ୍ ଚିହ୍ନଟ ହୋଇସାରିଲାଣି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୨ଟି ରାଜ୍ୟରୁ ଏହି ସଂକ୍ରମଣ ହୋଇଥିବା ଜଣାପଡ଼ିଛି ।

ବିଶ୍ୱର ବିଭିନ୍ନ ଦେଶରେ ଓମିକ୍ରନ୍ ରକେଟ୍ ବେଗରେ ବ୍ୟାପୁଥିବା ବେଳେ ଭାରତରେ ମଧ୍ୟ ସଂକ୍ରମଣ ବ୍ୟାପିବାରେ ଲାଗିଛି । ବିଶେଷଜ୍ଞ ମାନେ ଏହି ଭାରିଆଣ୍ଟକୁ ଖୁବ୍ ମାରାତ୍ମକ ବୋଲି କହିଛନ୍ତି । ଶନିବାର ଦିନ ଏହାର ରେକର୍ଡ ୩୦ଟି ମାମଲା ଚିହ୍ନଟ ହୋଇଛି । ଏଥିରେ ତେଲେଙ୍ଗାନାରୁ ୧୨, ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୬ ଓ କେରଳରୁ ୪ଟି ନୂତନ ମାମଲା ସାମିଲ ରହିଛି ।

ଦେଶର ୧୨ ଟି ରାଜ୍ୟରୁ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ ୪୮ ଟି ମାମଲା ରହିଛି। ଏହା ପରେ ଦିଲ୍ଲୀରେ ୨୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୪, ଗୁଜୁରାଟରେ ସାତଟି, ଉତ୍ତରପ୍ରଦେଶରେ ଦୁଇଟି ଏବଂ ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଗୋଟିଏ ମାମଲା ଚିହ୍ନଟ ହୋଇଛି।

Get real time updates directly on you device, subscribe now.