fbpx

(Video) କେଉଁଠି ଲୁଚିଛନ୍ତି ସୁମିତ, ଖାଲି ହାତରେ ଫେରିଲା ପୋଲିସ ଟିମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଏସଡିଜେଏମ କୋର୍ଟର ଶୁଣାଣି ୨୦ ତାରିଖକୁ ଘୁଞ୍ଚିଯିବା ପରେ ତପସ୍ୱିନୀ ଦାଶ ଗତ ୧୭ ତାରିଖରୁ ପୁଣି ଧାରଣାରେ ବସିଛନ୍ତି । ତେବେ ଗତକାଲି ପୋଲିସ ସୁମିତଙ୍କ ଘରେ ପହଞ୍ଚି ତାଙ୍କ ବାପା ପ୍ରମୋଦଙ୍କୁ ତାଙ୍କ ଠିକଣା ପଚାରିଥିଲା । ମାତ୍ର ପ୍ରମୋଦ ମାମଲା କୋର୍ଟରେ ପେଣ୍ଡିଂ ରହିଥିବା କହି କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ସୁମିତ କେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସେ ନେଇ ମଧ୍ୟ କିଛି କହିନଥିଲେ । ଗତକାଲି ଆଡିସନାଲ ଏସପିଙ୍କ ସହିତି ୩ ଜଣ ଏସଆଇ ସୁମିତଙ୍କ ଘରକୁ ଯାଇ ତାଙ୍କୁ ଖୋଜିବା ସହ ତପସ୍ୱିନୀଙ୍କୁ ସାନ୍ତ୍ୱନା ଦେଇ ଫେରିଯାଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ପୋଲିସ ଏହି ମାମଲାରେ କଣ ପଦକ୍ଷେପ ନେବ । ତପସ୍ୱିନୀ ଓ ସୁମିତଙ୍କ ମାମଲାର ସମାଧାନ ପୋଲିସ କରିବାକୁ କୋର୍ଟ କହିଥିବାରୁ ଏହାର ଗୁରୁତ୍ୱ ବଢ଼ିଯାଇଛି । ପୋଲିସ ସୁମିତଙ୍କ ଘରକୁ ଯାଇଥିଲେ ହେଁ ଖାଲି ହାତରେ ଫେରିଥିବାରୁ ଆଗକୁ ସୁମିତଙ୍କୁ ଖୋଜିବ ନା ଅନ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେବ ତାହା ଆଗକୁ ଜଣାପଡ଼ିବ । ଅପରପକ୍ଷେ ତପସ୍ୱିନୀ ଶୀତ, କାକରରେ ନ୍ୟାୟ ପାଇବା ପାଇଁ ସୁମିତଙ୍କ ଘର ଆଗରେ ଧାରଣାରେ ବସିରହିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଶ୍ୱଶୁର ଘର ଆଗରେ ବସିବା ସହ ରୋଷେଇ କରି ଖାଇବେ ବୋଲି କହିଥିଲେ । ଧାରଣାସ୍ଥଳରେ ତପସ୍ୱିନୀଙ୍କ ସହିତ ପୂର୍ବପରି ରହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ ।

Get real time updates directly on you device, subscribe now.