fbpx

ମଦ ନିଶାରେ ପିଲାଙ୍କ ହ୍ୱାଟସଆପ୍ ଗ୍ରୁପରେ ପର୍ଣ୍ଣ ଭିଡିଓ ସେୟାର୍ କରି ଗଣିତ ଶିକ୍ଷକ ଗିରଫ

ଚେନ୍ନାଇ: ଚେନ୍ନାଇର ଏକ ଘରୋଇ ସ୍କୁଲର ଗଣିତ ଶିକ୍ଷକ ଦ୍ୱାଦଶ ଶ୍ରେଣୀର ହ୍ୱାଟସଆପ୍ ଗ୍ରୁପ୍ ରେ ଅଶ୍ଳୀଳ ଭିଡିଓ ସେୟାର୍ କରି ହଟହଟା ହୋଇଛନ୍ତି । ଏହି ମାମଲାରେ ତାଙ୍କୁ ପୋଲିସ୍ ଗିରଫ କରିଛି । ତେବେ ସେ ମଦ ନିଶାରେ ଏପରି କରିଥିବା ସୂଚନାରୁ ଜଣାପଡ଼ିଛି ।

ସୂଚନା ମୁତାବକ, କୋଭିଡ୍ ମହାମାରୀର କହର ଜାରି ରହିଥିବା ବେଳେ ସ୍କୁଲର ପିଲାମାନଙ୍କର ଅନଲାଇନ୍ କ୍ଲାସ୍ କରାଯାଉଛି । ତେଣୁ ଏହି ପରିପ୍ରେକ୍ଷୀରେ ପିଲାମାନଙ୍କର ହ୍ୱ୍ରାଟସଆପ୍ ଗ୍ରୁପ୍ କରାଯାଇ ସେଥିରେ ପାଠ ପଢ଼ାଯାଉଛି । ତେବେ ସଂପୃକ୍ତ ଗଣିତ ଶିକ୍ଷକ ଜଣକ ଉକ୍ତ ଗ୍ରୁପ୍ ରେ ଅଶ୍ଳୀଳ ଭିଡିଓ ଓ ଫଟୋ ସେୟାର୍ କରି ଦେଇଥିଲେ । ପରଦିନ ସକାଳେ ଯେତେବେଳେ ପିଲାମାନେ ଏହା ଦେଖିବାକୁ ପାଇଥିଲେ ସେମାନେ ପ୍ରିନ୍ସପାଲ୍ ଙ୍କ ପାଖରେ ଅଭିଯୋଗ କରିଥିଲେ ।

ଆଉ ଏହି ମାମଲାର ଯାଞ୍ଚ କରାଯାଇଥିଲା । ଗଣିତ ଶିକ୍ଷକ ଜଣକ ନିଜର ଭୁଲ ସ୍ୱୀକାର କରିଥିଲେ ଓ ମଦ ନିଶାରେ ଏପରି କରିଥିବା ମାନିଥିଲେ । ଏହାପରେ ପୋଲିସ୍ ଉକ୍ତ ଗଣିତ ଶିକ୍ଷକଙ୍କୁ ପୋକ୍ସୋ ଆକ୍ଟ ଆଧାରରେ ଗିରଫ କରିଥିଲା ।

Get real time updates directly on you device, subscribe now.