fbpx

ଥାନାରେ ଏତଲା ଦେଲେ ସୁମିତଙ୍କ ବାପା, କହିଲେ ଏପରି

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ-ତପସ୍ୱିନୀଙ୍କ ପାରିବାରିକ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ଉଛି । ସୁମିତଙ୍କ ବାପା ଅନଲାଇନ୍ ଜରିଆରେ ଥାନାରେ ଏତଲା ଦେଇଛନ୍ତି । ସୂଚନା ଯେ, ଗତକାଲି ଏକାଧିକ ମହିଳା ତାଙ୍କ ଘରକୁ ପଶିଆସିଥିଲେ । ତାଙ୍କର ଘର ଗେଟ୍ ମଧ୍ୟ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ସୁମିତଙ୍କ ବାପା ଥାନାରେ ପହଞ୍ଚିଛନ୍ତି ।

ଅନ୍ୟପଟେ ସୁମିତଙ୍କ ଜେଜେ ମାଆଙ୍କ ପ୍ରତିକ୍ରିୟା ମଧ୍ୟ ସାମନାକୁ ଆସିଛି । ଭିଡିଓ ରିଲିଜ୍ କରି ନିଜର ପ୍ରତିକ୍ରିୟା ଜଣାଇଛନ୍ତି ସୁମିତଙ୍କ ଜେଜେ ମାଆ । ସେ କହିଛନ୍ତି ଯେ, “ତପସ୍ୱିନୀ, ପ୍ରମିଳା ତ୍ରିପାଠି କାଲି ଆମ ଘରେ ଧସେଇ ପଶିଛନ୍ତି । ଆମକୁ ତାଲା ପକାଇ ରଖିଛନ୍ତି, ଆମେ ସମେସ୍ତ ଅସୁସ୍ଥ ହୋଇପଡ଼ିଛୁ । ଜିଲ୍ଲାପାଳ, ଏସପି ଆମକୁ ଉଦ୍ଧାର କର ଆମକୁ ଭୟ ଲାଗୁଛି” ।

Get real time updates directly on you device, subscribe now.