fbpx

ଭାକସିନ୍ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଇବା ଆବେଦନ ପଡ଼ିଲା ମହଙ୍ଗା, ହାଇକୋର୍ଟ ଲଗାଇଲେ ୧ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଟିକାକରଣ ପ୍ରମାଣ ପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇବାକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । କେରଳ ହାଇକୋର୍ଟ ଆଜି ଏହି ଆବେଦନକୁ ଖାରଜ କରି ଆବେଦନକର୍ତ୍ତାଙ୍କ ଉପରେ କୋର୍ଟର ସମୟ ବର୍ବାଦ କରିବା ଦୋଷରେ ୧ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି । କୋର୍ଟ ପକ୍ଷରୁ ପୂର୍ବରୁ ପ୍ରଶ୍ନ କରାଯାଇଥିଲା ଯେ, ଟିକାକରଣ ସାର୍ଟିଫିକେଟ୍ ରେ ମୋଦୀଙ୍କ ଫଟୋ ରହିଲେ କଣ ସମସ୍ୟା ହେଉଛି? ତେବେ ଆଜି ଏହି ଆବେଦନ କୁ ଖାରଜ କରାଯାଇଛି ।

କୋର୍ଟ ମଙ୍ଗଳବାର ଦିନ ଆବେଦନକର୍ତ୍ତାଙ୍କୁ କହିଛନ୍ତି ଯେ, ଜୋରିମାନା ଆସନ୍ତା ୬ ମାସ ମଧ୍ୟରେ ଜମା କରିବାକୁ ହେବ । ଖାଲି ସେତିକି ନୁହେଁ ଯଦି ଏହି ଟଙ୍କା ଜମା କରିପାରୁନାହାନ୍ତି ତାହେଲେ କେରଳ ଷ୍ଟେଟ୍ ଲିଗାଲ୍ ସର୍ଭିସେଜ୍ ଅଥରିଟି ଅର୍ଥାତ୍ କେଇଏଲଏସଏ, ଆବେଦନକତ୍ତାଙ୍କ ସମ୍ପତିରୁ ଏହି ଟଙ୍କା ଆଦାୟ କରିବ । ତେବେ ଏହି ଭଳି ଜୋରିମାନା ଏଥିପାଇଁ ଲଗାଯାଇଛି ଯେ, ଲୋକମାନେ ଜାଣିବା ଦରକାର ଯେ, ସେମାନଙ୍କ ଫାଲତୁ ଆବେଦନ ଯୋଗୁଁ କୋର୍ଟର ବହୁମୂଲ୍ୟ ସମୟ ବର୍ବାଦ୍ ହେଉଛି ।

Get real time updates directly on you device, subscribe now.