fbpx

ଓଡ଼ିଶା ପ୍ରଶାସନିକ ସେବା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧ ବର୍ଷ ସମୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)ରେ ଆବେଦନ କରିବା ପାଇଁ ରାଜ୍ୟ ସରକାର ପରୀକ୍ଷାର୍ଥୀଙ୍କୁ ୧ ବର୍ଷର ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି । ୨୦୧୧ରୁ ୨୦୧୪ ମଧ୍ୟରେ ପ୍ରତ୍ୟେକ ବର୍ଷ ପରୀକ୍ଷାରେ ବିଳମ୍ବ ହୋଇଥିଲା । ୟୁପିଏସସି ଢଙ୍ଗରେ ଓସିଏସ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହେବା ପରେ ସର୍ବୋଚ୍ଚ ସମୟସୀମା ଅତିକ୍ରମ କରିଥିବା ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ବର୍ଷେ ସମୟ ସରକାର ଦେଇଛନ୍ତି । ଅନେକ ପରୀକ୍ଷାର୍ଥୀ ସର୍ବୋଚ୍ଚ ସମୟସୀମାକୁ ବାଦ୍ ଦେଇ ଓସିଏସ-୨୦୨୧ରେ ଆବେଦନ କରିବା ଲାଗି ଆବେଦନ କରିଥିଲେ ।

ତେବେ ସମସ୍ତ ଦିଗକୁ ବିଚାର କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣପାଡ଼ିଛି । ଯେଉଁ ପରୀକ୍ଷାର୍ଥୀମାନେ ଓସିଏସ ୨୦୧୯-୨୦ରେ ଆବେଦନ କରିଥିଲେ, ମାତ୍ର ଓସିଏସ ୨୦୨୧ ବେଳକୁ ସେମାନଙ୍କ ସର୍ବୋଚ୍ଚ ସମୟସୀମା ପାର ହୋଇଯାଇଛି, ସେମାନଙ୍କୁ ଅତିରିକ୍ତ ୧ ବର୍ଷ ପରୀକ୍ଷା ଦେବା ପାଇଁ ମିଳିଛି । ଆଗକୁ ଏଭଳି ଆଉ ଅନୁମତି ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.