fbpx

ରାଜଧାନୀର ରସିକ ମାଷ୍ଟ୍ର: ନାବାଳିକାଙ୍କୁ ଛାତ୍ରୀଙ୍କୁ ଧରି ଫେରାର, ଦେଖନ୍ତୁ କଣ କହୁଛନ୍ତି ପିଉସୀ [video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନାବାଳିକା ଛାତ୍ରୀଙ୍କୁ ଧରି ମାଷ୍ଟର ଫେରାର । ଜଣେ ନୁହେଁ ଦୁଇ ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ହୋଇ ଯାଇଛନ୍ତି ଏହି ଶିକ୍ଷକ ଜଣଙ୍କ । ଏମିତି ଏକ ଘଟଣା ଘଟିଛି ଖୋଦ ରାଜଧାନୀରେ । ପାଠ ପଢାଇବା ବାହାନାରେ ଦୁଇ ଛାତ୍ରୀଙ୍କୁ ଧରି ଚମ୍ପଟ ମାରିଛି ଏହି ଶିକ୍ଷକ ।

ଜଣେ ଛାତ୍ରୀଙ୍କ ବୟସ ୧୪ ଏବଂ ଅନ୍ୟ ଜଣେ ଛାତ୍ରୀଙ୍କ ବୟସ ୧୨ ବର୍ଷ । ବଟକୃଷ୍ଣ ନାମକ ଏହି ଯୁବକ ଜଣଙ୍କ ଟ୍ୟୁସନ କରିବା ସହିତ ଏକ କୋଚିଂ ସେଣ୍ଟରରେ ପାଠ ପଢାଉଥିଲେ । କୋଭିଡ ସମୟରେ ଚାକିରି ପଳାଇଯିବାରୁ ଦୁଇ ଝିଅଙ୍କୁ ପାଠ ପଢାଇବାକୁ ଡାକିଥିଲେ ମାତା ପିତା । ତେବେ ବିଗତ କିଛି ଦିନ ହେବ ଛୁଆଙ୍କ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରିବା ପରେ ଟ୍ୟୁସନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ମାତାପିତା । ଏଥିରେ ବଟକୃଷ୍ଣ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ସୂଚନା ଦେଇଛନ୍ତି ଦୁଇ ଛାତ୍ରୀଙ୍କର ପିଉସୀ । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.