fbpx

ଆସନ୍ତା ୨୦୨୨ରେ ସ୍କୁଲ, କଲେଜ କେତେଦିନ ବନ୍ଦ ରହିବ: ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ହେଲା ଛୁଟି ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୨ରେ ସ୍କୁଲଗୁଡିକରେ ୩୮ ଦିନ ଗ୍ରୀଷ୍ମ ଛୁଟି ରହିବ । ମୋଟ ଉପରେ ଆସନ୍ତା ବର୍ଷ ୮୨ ଦିନ ସ୍କୁଲ ଛୁଟି ରହିବ । ସରସ୍ୱତୀ ପୂଜା, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗୁରୁ ଦିବସ, ଗଣେଶ ପୂଜା, ଶିଶୁ ଦିବସ ପାଇଁ ୭ ଦିନ ସ୍କୁଲରେ ଉତ୍ସବ ପାଳିତ ହେବ । ଏହି ଦିନଗୁଡ଼ିକରେ ସ୍କୁଲ ଖୋଲା ରହିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲକୁ ଆସିବେ । ଗ୍ରୀଷ୍ମ ଛୁଟି ଛଡ଼ା ଅକ୍ଟୋବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପୂଜା ଛୁଟି ରହିବ । ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲୋକାଲ୍ ହଲିଡେ ଘୋଷଣା କରିପାରିବେ । ନେତାଜୀ ଜୟନ୍ତୀ, ଶ୍ରୀରାମ ନବମୀ, ଇଦ୍ ଉଲ୍ ଜୁହା, ମହାଳୟା, ଗାନ୍ଧୀ ଜୟନ୍ତୀ, ବଡ଼ଓଷା ଆଦି ରବିବାର ପଡ଼ୁଥିବାରୁ ସେଗୁଡ଼ିକକୁ ଛୁଟି ତାଲିକାରେ ସ୍ଥାନିତ କରାଯାଇନାହିଁ । ଡିସେମ୍ବର ୨୩ରୁ ୩୧ ପର୍ଯ୍ୟନ୍ତ ବଡ଼ଦିନ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ରାଜ୍ୟରେ ଥିବା ସରକାରୀ, ବେସରକାରୀ, ସେଲ୍ଫ ଫାଇନାନ୍ସ, ସ୍ୱୟଂଶାସିତ ଯୁକ୍ତତିନି କଲେଜଗୁଡ଼ିକ ପାଇଁ ୭୨ଟି ଛୁଟି ତାଲିକା କରାଯାଇଛି । ମେ ୪ରୁ ଜୁନ ୧୮ ପର୍ଯ୍ୟନ୍ତ ୪୦ ଦିନ ପାଇଁ ଗ୍ରୀଷ୍ମ ଛୁଟି ଓ ଅକ୍ଟୋବର ୧ରୁ ୮ ଯାଏ ପୂଜା ଛୁଟି ହେବ । ଅନ୍ୟ ଛୁଟିଗୁଡ଼ିକ ଗୋଟିଏ ଦିନ ଲେଖାଏଁ ରହିଥିବା ବେଳେ କଲେଜ କର୍ତ୍ତୃପକ୍ଷ ଦୁଇଦିନ ସ୍ଥାନୀୟ ଛୁଟି ଘୋଷଣା କରିପାରିବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଚାହିଁଲେ ସମୟ ସମୟରେ ଛୁଟି ତାଲିକାରେ ପରିବର୍ତ୍ତନ କରିପାରିବେ । ଡିସେମ୍ବର ଶେେ ସପ୍ତାହରେ କୌଣସି କଲେଜ ଛୁଟି ରହିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.