fbpx

ପ୍ରେମ ବିବାହର କରୁଣ ଦଣ୍ଡ: ଯୁବକଙ୍କୁ ଅପହରଣ କରିବା ପରେ ପ୍ରାଇଭେଟ୍ କାଟିଦେଲେ ଯୁବତୀଙ୍କ ପରିବାର ଲୋକେ

ନୂଆଦିଲ୍ଲୀ: ପରିବାର ଲୋକଙ୍କ ସହମତି ବିନା ଘରୁ ଫେରାର୍ ହୋଇ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଯୁବତୀଙ୍କର ପରିବାର ଲୋକେ ଅତିଷ୍ଠ ହୋଇ ଯୁବକଙ୍କୁ ଅପହରଣ କରି ନେଇ ଖୁବ୍ ମାଡ଼ ମାରିଛନ୍ତି । ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ ମଧ୍ୟ କାଟି ଅଚେତ୍ ଅବସ୍ଥାରେ ଫୋପାଡ଼ି ଫେରାର୍ ହୋଇଯାଇଛନ୍ତି । ଏହିଭଳି ଏକ ଘଟଣା ଘଟିଛି ରାଜୌରୀ ଗାର୍ଡେନ ଅଞ୍ଚଳରେ । ବୁଧବାର ଦିନ ବିଳମ୍ବିତ ରାତିରେ ପୋଲିସ୍ କୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା ।
ଯୁବକଙ୍କୁ ବର୍ତ୍ତମାନ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଖୁବ୍ ଶୋଚନୀୟ ରହିଛି । ପୋଲିସ୍ ଏବେ ହତ୍ୟା କରିବାକୁ ଚେଷ୍ଟା କରିଥିବା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ପରିପ୍ରେକ୍ଷୀରେ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

ସୂଚନା ଯେ, ସାଗରପୁରରେ ରହୁଥିବା ୨୦ ବର୍ଷିୟ ଯୁବତୀଙ୍କ ସହିତ ଦୁଇବର୍ଷ ତଳେ ପୀଡ଼ିତଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ମାନିବାକୁ ନାରାଜ ଥିଲେ । ତଣୁ ସେମାନେ ଡିସେମ୍ବର ୨୧ ତାରିଖରେ ଫେରାର୍ ହୋଇଯାଇଥିଲେ ଓ ଜୟପୁରରେ ଆସି ପହଞ୍ଚିଥିଲେ । ସେଠାରେ ଗୋଟିଏ ମନ୍ଦିରରେ ଦୁହେଁ ବିବାହ କଲେ ।

ବିବାହ କରିବା ପରେ ଦୁହେଁ ୨୨ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ । ରାଜୌରୀ ଗାର୍ଡେନ ଅଞ୍ଚଳରେ ବିବାହ ପରେ ଆସି ରହିଥିଲେ । ଏହି କଥାର ସୂଚନା ଯୁବତୀଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ । ସେଠାକୁ ଯାଇ ଦୁହିଁଙ୍କୁ ପରିବାର ଲୋକେ ସାଗରପୁର ନେଇ ଆସିଥିଲେ । ସେଠାରେ ଯୁବକଙ୍କୁ ଖୁବ୍ ମାଡ଼ ମାରିଥିଲେ ଓ ଅନ୍ୟତ୍ର ସ୍ଥାନକୁ ଅପହରଣ କରି ନେଇ ଧାରୁଆ ଅସ୍ତ୍ରରେ ପ୍ରାଇଭେଟ୍ ପାର୍ଟ କାଟିଦେଇଥିଲେ । ଏହାପରେ ସାଗରପୁର ଜଙ୍ଗଲରେ ଯୁବକଙ୍କ ଶୋଚନୀୟ ଅବସ୍ଥାରେ ଫୋପାଡ଼ି ଦେଇଥିଲେ ।

Get real time updates directly on you device, subscribe now.