fbpx

ବଦଳିଲା ବଡ଼ଦିନ, ନୂଆବର୍ଷ କଟକଣା: ଜାଣନ୍ତୁ କ’ଣ ହେଲା ସଂଶୋଧନ

ଭୁବନେଶ୍ୱର: ବଡ଼ଦିନ, ନୂଆବର୍ଷ ପାଳନ ନେଇ କଟକଣା ଅବଧିରେ ସଂଶୋଧନ କରାଯାଇଛି । କଟକଣା ଅବଧି ସଂଶୋଧନ ନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ପୂର୍ବ କଟକଣା ରହିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ଏହାକୁ ସଂଶୋଧନ କରାଯାଇଛି ।

ସଂଶୋଧନ ଅନୁଯାୟୀ କେବଳ ବଡ଼ଦିନ ଡିସେମ୍ବର ୨୫ରେ ରହିବ କଟକଣା ।  ତା’ପରେ ପୁଣି ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ କଟକଣା ରହିବ । ପୂର୍ବରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ କଟକଣା ନୋଟିସ୍ ଥିଲା ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ବଡ଼ଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଗାଇଡଲାଇନ୍ ମୁତାବକ, କେବଳ ଚର୍ଚ୍ଚରେ ବଡ଼ଦିନ ପାଳନ ହେବ । ବଡ଼ଦିନ ପାଳନରେ ମାତ୍ର ୫୦ ଜଣଙ୍କୁ ଅନୁମତି ମିଳିବ । କୋଭିଡ଼ କଟକଣା ମାନି ପାଳନ କରାଯିବ ବଡ଼ଦିନ । ଜିରୋ ନାଇଟ୍ ସେଲିବ୍ରେସନ ସମ୍ପୂର୍ଣ୍ଣ ବନ୍ଦ ରହିବ । ହୋଟେଲ, କ୍ଲବ୍ ଓ ରେଷ୍ଟୁରାଣ୍ଟରେ ନୂଆବର୍ଷ ପାଳନ ମନା ହୋଇଛି । ପାର୍କ, କନଭେନସନ ହଲ ଓ କଲ୍ୟାଣ ମଣ୍ଡପରେ ମଧ୍ୟ ନୂଆବର୍ଷ ପାଳିବା ମନା । ବାହାଘର ବ୍ୟତୀତ ସମସ୍ତ ପ୍ରକାର ଉତ୍ସବ ଉପରେ ରୋକ୍ ଲାଗିଛି ।

କୋଭିଡ କଟକଣା ଭିତରେ ଶେଷକୃତ୍ୟ ପାଇଁ ଅନୁମତି ରହିଛି । ସମସ୍ତ ପ୍ରକାର ମିଳିତ ଭୋଜି ଉପରେ ମଧ୍ୟରେ ରୋକ୍ ଲାଗିଛି । ରାଲି, ନାଚ, ସଂସ୍କୃତିକ କାର୍ୟ୍ୟକ୍ରମ କରିବା ସମ୍ପୂର୍ଣ୍ଣ ମନା ହୋଇଛି । ଜିଲ୍ଲାପାଳ/କମିଶନରେଟ୍ ପୋଲିସ/ଏମସିଙ୍କୁ ନିୟମ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡ଼ିଲେ ଅଧିକ କଟକଣା ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯିବ ବୋଲି ଏସଆରସି କହିଛନ୍ତି ।

 

 

Get real time updates directly on you device, subscribe now.