fbpx

ଇୟରଫୋନ୍ ବ୍ୟବହାର କରୁଥିଲେ ସାବଧାନ, ଏତିକି ଘଣ୍ଟା ପର୍ଯ୍ୟନ୍ତ ଶୁଣିଲେ ଡେଡ୍ ହୋଇଯିବ କାନର ଶିରା!

ଓଡ଼ିଶା ଭାସ୍କର ବ୍ୟୁରୋ: କଣ ଆପଣ ଇୟରଫୋନ୍ ବ୍ୟବହାର କରୁଛନ୍ତି ? ଆପଣ ମାନେ ଅନେକ ଯୁବକ-ଯୁବତୀଙ୍କୁ ଦେଖିଥିବେ ଯେଉଁ ମାନେ ଲଗାତର ଭାବରେ କାନରେ ଇୟରଫୋନ ଲଗାଇ ରଖିଥାନ୍ତି । ତେବେ ଇୟରଫୋନ୍ ବ୍ୟବହାର କରିବା ଖରାପ ନୂହେଁ, ହେଲେ ଗତ କିଛି ବର୍ଷ ହେଲା ଇୟରଫୋନ୍ ଅନେକଙ୍କ ପାଇଁ କାଳ ପାଲଟିଛି ତ କିଏ ଶୁଣିବା ଶକ୍ତି ହରାଇ ବସିଛନ୍ତି । ତେଣୁ କାନ ବିଶେଷଜ୍ଞ ମାନେ ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ସମୟରେ ଇୟରଫୋନର ବ୍ୟବହାର ବହୁଳ ବ୍ୟବହାର ହେଉଛି ।

କଣ ଆପଣ ଜାଣିଛନ୍ତି କି, ୫୦ ପ୍ରତିଶତ ଯୁବଙ୍କ କାନ ବା ଶ୍ରବଣଜନିତ ସମସ୍ୟା ଇୟରଫୋନ୍ କାରଣରୁ ହିଁ ହୋଇଥାଏ । ଇୟରଫୋନ୍ ବ୍ୟବହାର କରିବା ଦ୍ୱାରା କାନରେ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ଅନିଦ୍ରାପଣ ସମସ୍ୟା ହେବା ତ ସାଧାରଣ କଥା । ହେଲେ ଦିଲ୍ଲୀର ଜଣେ ହିଅର୍ ସ୍ପେଶାଲିଷ୍ଟ୍ ଡା. ଏ ବହାବ କହିଛନ୍ତି ଯେ, ଇୟରଫୋନ୍ ଲଗାତର ବ୍ୟବହାର ଦ୍ୱାରା ଶୁଣିବା କ୍ଷମତା ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସାବଲ୍ ହୋଇଯାଏ ।

କାରଣ ଇୟରଫୋନ୍ ରେ ଗୀତ ଶୁଣିବା ସମୟରେ କାନ ଭାଇବ୍ରେଟ୍ ହୋଇଥାଏ ଓ କାନ ଖରାପ ହେବାର ସମ୍ଭାବନା ଥାଏ । ଯାହାଫଳରେ କାନ ଖାଲି ସମୟରେ ଛନ୍ ଛନ୍ ଶୁଣାଯିବା, ମୁଣ୍ଡ ବୁଲାଇବା, ସନସନାହଟ୍ ଅନୁଭବ ହେବା ଭଳି ସମସ୍ୟା ଦେଖାଦିଏ । ଖାସ୍ କରି ଦୂରରୁ ଆସୁଥିବା ଶବ୍ଦ ଶୁଣିବାରେ ସମସ୍ୟା ଅଧିକ ଦେଖାଦିଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଚ୍ଚ ଭଲ୍ୟୁମ ଦେଇ ଗୀତ ଶୁଣିବା ଦ୍ୱାରା କାନ ଉପରେ ଖୁବ୍ ଖରାପ ପ୍ରଭାବ ପଡେ । ଯାହାଫଳରେ ମାନସିକ ରୋଗ ବଢ଼ିବା ସହିତ ହୃଦରୋଗ- କ୍ୟାନସର୍ ର ସମ୍ଭାବନା ବଢ଼ାଇଦିଏ । ଇୟରଫୋନ ଗୁଡ଼ିକରେ ୧୦୦ ଡିବି ପର୍ଯ୍ୟନ୍ତ ଶବ୍ଦ ଶୁଣାଯାଇଥାଏ ଯାହା ଆପଣଙ୍କ କାମକୁ ଡ୍ୟାମେଜ୍ କରିବାକୁ ଯଥେଷ୍ଟ । ଇୟରଫୋନ୍ ରେ ଯଦି ଆପଣ ୪୦ ଘଣ୍ଟାରୁ ଅଧିକ ୯୦ ଡେସିବଲ୍ ଧ୍ୱନିର ଶବ୍ଦ ଶୁଣୁଛନ୍ତି ତାହେଲେ ଆପଣଙ୍କ କାନର ଶିରା ସମ୍ପୂର୍ଣ୍ଣ ରୂପେ ଡେଡ୍ ହୋଇଯିବ । ତେଣୁ ଆପଣ ମାନେ ଯେତେ ପାରିବେ ଇୟରଫୋନ୍ ର ବ୍ୟବହାର କମ୍ କରନ୍ତୁ ।

Get real time updates directly on you device, subscribe now.