fbpx

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ୍ ଜାରି

ଜମ୍ମୁ: ଜମ୍ମୁ-କାଶ୍ମୀରର ସୋପିଆ ଠାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଥିଲେ । ଏଥିରେ ସୁରକ୍ଷାବଳଙ୍କ ପାଲଟା ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଶନିବାର ଦିନ ହୋଇଥିବା ଏହି ଗୁଳି ବିନିମୟରେ ଲସ୍କରର ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନାରୁ ଜଣାପଡ଼ିଛି । ଏହି ଦୁଇଜଣଙ୍କର ପରିଚୟ ମଧ୍ୟ ସାମନାକୁ ଆସିଛି । ଜଣେ ବ୍ରାରୀପୋରାର ସଜ୍ଜାଦ୍ ଅହମଦ ଚେକ୍ ଓ ଅନ୍ୟଜଣେ ପୁଲୱାମାର ରାଜା ବାସିତ ନଜୀର । ବର୍ତ୍ତମାନ ଉକ୍ତ ଏନକାଉଣ୍ଟର ହୋଇଥିବା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସନ୍ଦିଗ୍ଧ ସ୍ଥାନ ସବୁକୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷାବଳ ।

Get real time updates directly on you device, subscribe now.