fbpx

ସୁମିତ-ତପସ୍ୱିନୀଙ୍କ ବିବାଦ ଏମିତି ଆଗକୁ ଆଗକୁ ମାଡ଼ି ଚାଲିଥିବ ନା ଏହାର କିଛି ସମଧାନ ଅଛି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ଦୁଇଦିନ ହେଲା ସାମାନ୍ୟ ଶାନ୍ତ ପଡ଼ିଛି । ତେବେ ଏହାର ଅର୍ଥ ହେଉଛି, ଭିତରେ ଭିତରେ ନିଆଁ ଜଳୁଛି । ଆଉ ଦିନକ ପରେ ଅର୍ଥାତ ଆସନ୍ତା୨୭ ତାରିଖରେ କୋର୍ଟରେ ଶୁଣାଣି ରହିଥିବା ବେଳେ ସେତେବେଳେ ପ୍ରତିକ୍ରିୟାସ୍ୱରୂପ ନିଶ୍ଚିତ କିଛି ବୋମା ଫୁଟିପାରେ । ପୂର୍ବରୁ ସୁମିତ ପକ୍ଷରୁ ଏକାଧିକବାର କିଛି ଭିଡିଓ ଭାଇରାଲ କରାଯାଇଥିଲା, ଯାହାକି ତପସ୍ୱିନୀଙ୍କୁ ଖଳନାୟିକା ସଜାଉଥିଲା । ଭିଡିଓରେ ତପସ୍ୱିନୀ ୮ ଲକ୍ଷ ଟଙ୍କା ଯୌତୁକ ଟଙ୍କା ମାଗିବା ସହ ଧମକ ଦେଉଥିବା ଦେଖାଯାଉଥିଲା । ସେହିପରି ତପସ୍ୱିନୀଙ୍କ ପକ୍ଷରୁ କିଛି ଭିଡିଓ ଭାଇରାଲ୍ କରାଯାଇଥିଲା, ଯାହାକି ସୁମିତଙ୍କୁ ଖଳନାୟକ ସଜାଇଥିଲା । ସମସ୍ତେ ଖୁସିର ମୁହୂର୍ତ୍ତକୁ ସାଧାରଣତଃ କ୍ୟାମେରାରେ ସ୍ମୃତି ପାଇଁ ସାଇତି ରଖିଥାନ୍ତି । ମାତ୍ର ଆବର୍ସନ ବେଳର ଫଟୋ ବା ଭିଡିଓ ଉତ୍ତୋଳନ କରିବା କେତେଦୂର ଯଥାର୍ଥ ।

ଏକ ମାସରୁ ଅଧିକ ସମୟ ଧରି ଶ୍ୱଶୁର ଘର ଆଗରେ ଧାରଣାରେ ବସିବା ପରେ ଦୁଇ ଦମ୍ପତିଙ୍କ ମହାଭାରତ ରାଜ୍ୟବାସୀ ଦେଖିବାକୁ ପାଇଛନ୍ତି । ତେବେ ମାମଲାଟି ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଥିବାବେଳେ ଇତିମଧ୍ୟରେ ସୁମିତଙ୍କ ଘରର ଗେଟ ଭଙ୍ଗା, ଆସିକା ଚିନିଶିଳ୍ପ ଡାକ ବଙ୍ଗଳାରୁ ସୁମିତଙ୍କ ଫେରାର, ତପସ୍ୱିନୀଙ୍କ ଦ୍ୱିତୀୟ ଥର ଧାରଣା, ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ, ରାଜ୍ୟ ବାହାରୁ ଭିଡିଓ ବାର୍ତ୍ତା ଆଦି ଘଟଣାମାନ ଦେଖିବାକୁ ମିଳିଛି । ତେବେ ଏହି ଘଟଣା କେବେ ସମାଧାନ ହେବ ତାହାକୁ ନେଇ ନାନା ପ୍ରକାର ସନ୍ଦେହ ଉପୁଜିଲାଣି । ତପସ୍ୱିନୀ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ଚାହୁଁଥିବା ବେଳେ ସୁମିତ ଡିଭୋର୍ସ ଦେବାକୁ ଚାହୁଁଛନ୍ତି । ତେଣୁ ଦୁଇଟି ବିପରୀତ ଦିଗର ବାର୍ତ୍ତା ବହନ କରୁଥିବା ରେଖା ସେମିତି ଏକତ୍ର ହେବେ ତାହା ନିଶ୍ଚିତ ଭାବେ ଚିନ୍ତାଜନକ । ତେବେ ଉଭୟଙ୍କ ସମସ୍ତ କାର୍ଯ୍ୟାବଳୀରୁ ଗୋଟିଏ କଥା ନିଶ୍ଚିତ ଭାବେ ସ୍ପଷ୍ଟ ହେଉଛି ଯେ, ସେମାନଙ୍କ ମଧ୍ୟରେ ନିଆଁ ବହୁ ପୂର୍ବରୁ ଲାଗିସାରିଥିଲା । ଯାହାର ପରିଣତି ବର୍ତ୍ତମାନ କେବଳ ଦୁଇ ପରିବାରର ନୁହେଁ, ବରଂ ସମାଜର ଶାନ୍ତ ବାତାବରଣକୁ ଜାଳିପୋଡ଼ି ପାଉଁଶ କରିଦେଉଛି ।

Get real time updates directly on you device, subscribe now.