ଚଣ୍ଡିଗଡ଼: ଯୌନବସ୍ଥାରେ ପ୍ରବେଶ କରିବା ପରେ ଜଣେ ମୁସଲିମ୍ ଝିଅ ନିଜ ପସନ୍ଦ ମୁତାବକ ବିବାହ କରିପାରିବ । ଏକ ମାମଲାର ସମାଧାନ କରିବାକୁ ଯାଇ ଏହିପରି ଟିପ୍ପଣୀ ଦେଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ । ପରିବାରର ଅନିଚ୍ଛା ସତ୍ତେ୍ୱ ଜଣେ ହିନ୍ଦୁକୁ ବିବାହ କରିଥିବା ଜଣେ ୧୭ ବର୍ଷୀୟା ମୁସଲିମ୍ ଯୁବତୀଙ୍କ ଆବେଦନକୁ ସ୍ୱୀକାର କରି ଏହିପରି କହିଛନ୍ତି ହାଇକୋର୍ଟ । କୋର୍ଡ ଆବେଦନକାରୀ ଓ ତାଙ୍କ ସ୍ୱାମୀଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ୍ କୁ ଆଦେଶ ଦେଇଛନ୍ତି ।
ଆବେଦନକାରୀଙ୍କ ଓକିଲ ତର୍କ ରଖି କହିଥିଲେ ଯେ, ମୁସଲିମ୍ ଆଇନ ଅନୁସାରେ ଯୌନବସ୍ଥାରେ ପ୍ରବେଶ କରିବା ଓ ସଂଖ୍ୟାଗରିଷ୍ଠତା ସମାନ । ଜଣେ ୧୫ ବର୍ଷ ବୟସରୁ ହିଁ ବୟସ୍କ ହୋଇଯାଏ । ଅନ୍ୟପଟେ ଆଇନ ମଧ୍ୟ ରହିଛି ଯେ, କୌଣସି ମୁସଲିମ୍ ଯୁବକ ଓ ଯୁବତୀ ଯୌନବସ୍ଥାରେ ପ୍ରବେଶ କରିବା ପରେ ନିଜ ଇଚ୍ଛା ବା ପସନ୍ଦ ମୁତାବକ ବିବାହ କରିପାରିବେ । ଏଥିରେ ପରିବାର ଲୋକ ହସ୍ତକ୍ଷେପ କରିବାର ଅଧିକାର ନାହିଁ ।
ଦିନଶାହ ଫରଦୁନଜୀ ମୁଲ୍ଲାଙ୍କ ପୁସ୍ତକ ପ୍ରିନ୍ସିପାଲ୍ସ ଅଫ୍ ମହମ୍ମଦଡ୍ ଲ’ ର ଅନୁଚ୍ଛେଦ ୧୯୫ ରେ ବିବାହ ସମ୍ପର୍କରେ କୁହାଯାଇଛି ଯେ, ସୁସ୍ଥ ମସ୍ତିସ୍କର ପ୍ରତ୍ୟେକ ମୁସଲମାନ ଯୌନବସ୍ଥାରେ ପ୍ରବେଶ କରିବା ପରେ ବିବାହ କରିପାରିବେ । ଏହି ମାମଲାରେ ଆବଦନକାରୀ ପରିବାର ଲୋକଙ୍କ ବିନା ଅନୁମତିରେ ବିବାହ କରିଛନ୍ତି, ସେମାନଙ୍କୁ ସମ୍ବିଧାନର ମୌଳିକ ଅଧିକାରରୁ ବଞ୍ଚିତ କରାଯାଇପାରେନା ବୋଲି କହିଛନ୍ତି ଜଷ୍ଟିସ୍ ଗିଲ । ତେବେ ଏଥିରେ ଯୁବ୍ରତୀଙ୍କ ବୟସ ୧୭ ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୩୩ ବୋଲି କୁହାଯାଉଛି ।