ପୃଥିବୀକୁ ଆକ୍ରମଣ କରିବେ ଏଲିୟନ, ନୂଆ ଭାଇରସ ପ୍ରଭାବରେ ଜୀବନ ହେବ ଦୁର୍ବିସହ! ଏହି ଦିଗ୍ଗଜ ଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବୁଲଗେରିଆର ମନୋବିଜ୍ଞାନ ଗୁରୁ ବାବା ଭାଙ୍ଗାଙ୍କ ମୃତ୍ୟୁକୁ ୨୫ ବର୍ଷରୁ ଅଧିକ ହୋଇଛି । କିନ୍ତୁ ତାଙ୍କର ଭବିଷ୍ୟବାଣୀ ଆଜି ବି ଚର୍ଚ୍ଚାର ବିଷୟ ପାଲଟିଛି । ସେ ବର୍ଷ ୫୦୭୯ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ସେତେବେଳେକୁ ସବୁ ଶେଷ ହୋଇଯିବ । ଭାନଜେଲିଆ ଗୁଶେତରେଭୋ (ବାବା ଭାଙ୍ଗା)ଙ୍କ ଜନ୍ମ ୧୯୧୧ ରେ ହୋଇଥିଲା । କିନ୍ତୁ ୧୨ ବର୍ଷ ବୟସରେ ତାଙ୍କୁ ଦୃଷ୍ଟି ଶକ୍ତି ହରାଇଥିଲେ । ଏହାପରେ ସେ ଭବିଷ୍ୟତ ଦେଖିପାରୁଥିବା ବୋଲି ଦାବି କରିଥିଲେ ଏବଂ ଅନେକ ଭବିଷ୍ୟତବାଣୀ କରିଥିଲେ ।

ଟାଇମ୍ସ ନାଓର ଏକ ରିପୋର୍ଟ ଅନୁଯାୟୀ ତାଙ୍କର କିଛି ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ମଧ୍ୟ ହୋଇଛନ୍ତି । ଯେଉଁଥିରେ ସୋଭିଏତ୍ ସଂଗଠନର ବିଘଟନ, ପ୍ରିନ୍ସେସ ଡାଏନାଙ୍କ ମୃତ୍ୟୁ, ଥାଇଲାଣ୍ଡରେ ୨୦୦୪ ରେ ଆସିଥିବା ସୁନାମୀ ଏବଂ ବାରାକ ଓବାମାଙ୍କ ରାଷ୍ଟ୍ରପତି ହେବା କଥା ରହିଛି । ଏହାଛଡ଼ା ୧୧ ଡିସେମ୍ବର ୨୦୦୧(୯/୧୧) ରେ ଆମେରିକା ୱାର୍ଲ୍ଡ ଟ୍ରେଡ ସେଣ୍ଟରରେ ହୋଇଥିବା ଆକ୍ରମଣ ବିଷୟରେ ମଧ୍ୟ ଭବିଷ୍ୟବାଣୀ କରିଥିଲେ ।

ସେ ଆହୁରି କହିଥିଲେ ଭାରତରେ ଜଙ୍ଗଲ ଏବଂ କୃଷି ଜମି ନଷ୍ଟ ଫଳରେ ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ହୋଇଯିବ । ସେ ଆହୁରି ଭବିଷ୍ୟବାଣୀ କରିଛନ୍ତି ଦୁନିଆର ବଡ଼ ବଡ଼ ସହରରେ ପାନୀୟ ଜଳ ସମସ୍ୟା ଦେଖାଦେବ । ସେ କହିଛନ୍ତି ଆଗାମୀ ସମୟରେ ଭୂମିକମ୍ପ ଏବଂ ସୁନାମୀ ସମ୍ଭାବନା ବଢ଼ିବ । ସେ କଳ୍ପନା କରିଥିଲେ ସ୍ୱିଡେନରେ ବିଶେଷଜ୍ଞଙ୍କ ଏକ ଟିମ୍ ନୂଆ ଭାଇରସର ଆବିଷ୍କାର କରିବେ । ତାଙ୍କ ଭବିଷ୍ୟବାଣୀରେ କହିଛନ୍ତି ୨୦୨୨ ଭର୍ଚୁଆଲ ହେବ । ଅଧିକ ରୁ ଅଧିକ ସମୟ ଲୋକମାନେ ସ୍କ୍ରିନ ସାମ୍ନାରେ ବିତାଇବେ । ସେ ଆହୁରି କହିଛନ୍ତି ଯେ ଏଲିୟନ ମାନେ ପୃଥିବୀରେ ଜୀବନ ସନ୍ଧାନ ପାଇଁ ଆଷ୍ଟରଏଡ ପଠାଇବେ ।