fbpx

ଓମିକ୍ରନ ଭୟ ମଧ୍ୟରେ ଆଶ୍ୱସ୍ତି: ରୋଗୀଙ୍କୁ ଦରକାର ପଡ଼ୁନାହିଁ ଅକ୍ସିଜେନ- ଡା. ସୁରେଶ କୁମାର

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ବୃଦ୍ଧି ନେଇ ଚିନ୍ତା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ର ଏମଡି ଡାକ୍ତର ସୁରେଶ କୁମାର କହିଛନ୍ତି ଯେଉଁ ରୋଗୀ ଓମିକ୍ରନ ଆକ୍ରାନ୍ତ ହୋଇଥିଲେ ସେମାନେ ଅକ୍ସଜେନ୍ ସପୋର୍ଟ, ଷ୍ଟେରଏଡ୍, ରେମଡେସିଭିର କିମ୍ବା ଭେଣ୍ଟିଲେଟର ବିନା ଠିକ୍ ହୋଇଛନ୍ତି । ସେ କହିଛନ୍ତି ଅଧିକାଂଶ ରୋଗୀ ଲକ୍ଷଣ ବିହୀନ ଥିଲେ ଅଥବା ସେମାନଙ୍କଠାରେ ସାମାନ୍ୟ ଲକ୍ଷଣ ରହିଥିଲା । ସବୁ ରୋଗୀ ଏବେ ସୁସ୍ଥ ହୋଇଛନ୍ତି ।

ଡା.ସୁରେଶ କୁମାର କହିଛନ୍ତି ଯେ ଏପର୍ଯ୍ୟନ୍ତ ଏଲଏନଜେପି ହସ୍ପିଟାଲକୁ ୫୧ ଓମିକ୍ରନ ରୋଗୀ ଆସିଛନ୍ତି ସେମାନଙ୍କ ମଧ୍ୟରୁ ୪୦ ଜଣ ସୁସ୍ଥ ହୋଇସାରିଛନ୍ତି ବାକି ୧୧ ଜଣକ ଚିକିତ୍ସା ଚାଲିଛି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର ଜାରି କରିଥିବା ବୁଲେଟିନ୍ ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ୪୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ମହାରାଷ୍ଟ୍ରରୁ ୧୦୮, ଦିଲ୍ଲୀରୁ ୭୦, ଗୁଜରାଟରୁ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସଠିକ୍ ତଥ୍ୟ ଉପରେ ଏବେବି ଗବେଷଣା ଜାରିରହିଛି । ଏହି ଭାରିଆଣ୍ଟର ପ୍ରଥମ ମାମଲା ସାଉଥ ଆଫ୍ରିକାରେ ଦେଖାଯାଇଥିଲା । ଏହାପରେ ଅନେକ ଦେଶକୁ ବ୍ୟାପିଛି ଏହି ଭାରିଆଣ୍ଟ ।

Get real time updates directly on you device, subscribe now.