fbpx

ପୁରୁଷ ସମ୍ପର୍କୀୟଙ୍କ ବିନା ଲମ୍ବା ଯାତ୍ରା କରିପାରିବେନି ମହିଳା: ଅଫଗାନଙ୍କ ପାଇଁ ତାଲିବାନୀଙ୍କ କଡ଼ା ନିୟମ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ମାନଙ୍କ ଲେଉଟାଣି ପରେ ମହିଳାଙ୍କ ମାନବାଧିକାରର ଉଲଂଘନ ଘଟଣା ସାମନାକୁ ଆସିଛି । ଛାତ୍ରୀ ମାନଙ୍କୁ ସ୍କୁଲ ଯିବା ଠାରୁ ଆରମ୍ଭ କରି ମହିଳାଙ୍କ ଘରୁ ଗୋଡ କାଢ଼ିବା ପର୍ଯ୍ୟନ୍ତ ବିଭିନ୍ନ ନିୟମ ଏବେ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି ତାଲିବାନୀ ମାନେ । ରବିବାର ଦିନ ଆଫଗାନିସ୍ତାନରେ ତାଲିବାନୀ ଅଧିକାରୀ ମାନେ କହିଛନ୍ତି ଯେ, ମହିଳା ମାନେ ପୁରୁଷ ସମ୍ପର୍କୀୟଙ୍କ ବିନା ଲମ୍ବା ଦୂର ସ୍ଥାନକୁ ଯାତ୍ରା କରିପାରିବେ ନାହିଁ । ପୁରୁଷ ସମ୍ପର୍କୀୟ ଥିଲେ ହିଁ ସେମାନେ ଘରୁ ଗୋଡ କାଢ଼ିପାରିବେ ଓ ଦୂର ସ୍ଥାନକୁ ଯାତ୍ରା କରିପାରିବେ ।

ଖାଲି ସେତିକି ନୁହେଁ ତାଲିବାନୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ ମୁତାବକ, ଗାଡ଼ି ମାଲିକ ଓ ତାର ଡ୍ରାଇଭର୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, କେବଳ ବୁର୍ଖା ପିନ୍ଧିଥିବା ମହିଳାଙ୍କୁ ହିଁ ଗାଡ଼ିରେ ବସିବାକୁ ଅନୁମତି ଦିଆଯିବ । ଏହା ବ୍ୟତୀତ ଗାଇଡଲାଇନ୍ ରେ ଗାଡ଼ିରେ ମ୍ୟୁଜିକ୍ ବଜାଇବା ଉପରେ ବି ରୋକ୍ ଲଗାଯାଇବାକୁ କୁହାଯାଇଛି । କେହି ବି ନିଜ ଗାଡ଼ିରେ ଗୀତ ଲଗାଇ ପାରିବେ ନାହିଁ ।

କିଛି ଦିନ ପୂର୍ବରୁ ଆଉ ଏକ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଯେଉଁ ଟିଭି କାର୍ଯ୍ୟକ୍ରମରେ ମହିଳା ମାନେ ସାମିଲ ରହିଛନ୍ତି ସେହି ଚ୍ୟାନେଲ ଓ କାର୍ଯ୍ୟକ୍ରମର ପ୍ରସାରଣ କୁ ବନ୍ଦ କରାଯାଉ । ଏଥିସହିତ ମହିଳା ନ୍ୟୁଜ୍ ଆଙ୍କର୍ ମାନଙ୍କୁ ସ୍କାର୍ଫ ପିନ୍ଧିବାକୁ ବି କୁହାଯାଇଥିଲା ।

Get real time updates directly on you device, subscribe now.