fbpx

ଆଜିର ଶୁଣାଣି କାହା ସପକ୍ଷରେ ଯିବ, ଦେଖନ୍ତୁ ଏନେଇ କ’ଣ କହୁଛନ୍ତି ତପସ୍ୱିନୀ (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ବିବାଦର ଶୁଣାଣି ହେବ । ତେବେ ମାସାଧିକ କାଳ ତପସ୍ୱିନୀ ସୁମିତଙ୍କ ଘର ଆଗରେ ଧାରଣାରେ ବସିଥିବା ବେଳେ ଆଜିର କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି । କୋର୍ଟଙ୍କ ଶୁଣାଣି ସୁମିତଙ୍କ ସପକ୍ଷରେ ଯିବ କି ତପସ୍ୱିନୀଙ୍କ ସପକ୍ଷରେ ଯିବ ସେନେଇ ଦୁଇପକ୍ଷଙ୍କ ମଧ୍ୟରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ । କୋର୍ଟ ଆଜି କି ରାୟ ଦେବେ, ଆଗକୁ ତପସ୍ୱିନୀ ଆଉ ସୁମିତଙ୍କ ଜୀବନରେ କ’ଣ ଘଟିବ, ତାହା ଏକପ୍ରକାର ଦ୍ୱନ୍ଦ୍ୱ ମଧ୍ୟରେ ରହିଛି ।

ତେବେ ଏନେଇ ଆଜି ତପସ୍ୱିନୀ କହିଛନ୍ତି ଯେ, ମୋର ନ୍ୟାୟାଳୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଥିବା ନେଇ ମୁଁ ପୂର୍ବରୁ କହିଆସିଛି । ମୋତେ ନ୍ୟାୟ ମିଳିବା ପରି କିଛି ଶୁଣାଣି ଆଜି ହେବ ବୋଲି ମୋତେ ଅନୁଭବ ହେଉଛି । ଆଜିର ଶୁଣାଣି ମୋର ସପକ୍ଷରେ ଯିବ କି ବିପକ୍ଷରେ ଯିବ ତାହା ତ ମୁଁ କହିପାରିବିନି, ମାତ୍ର ଯାହା ଆଇନଗତ ପ୍ରୋସେସ ରହିଛି ତା’ ମାଧ୍ୟମରେ ମୋତେ ନ୍ୟାୟ ମିଳିବ ବୋଲି ମୁଁ ଆଶା ରଖିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁମିତଙ୍କ ଓକିଲ ଏସଡିଜେଏମଙ୍କ ରାୟ ବିରୋଧରେ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରିଥିଲେ । ସେହିପରି ସୁମିତଙ୍କ ଘରେ ରହିବା ନେଇ ତପସ୍ୱିନୀଙ୍କ ପକ୍ଷରୁ ଜିଲ୍ଲା କୋର୍ଟରେ ମଧ୍ୟ ପିଟିସନ ଦାୟର ହୋଇଥିଲା । ଏହି ଦୁଇଟି ପିଟିସନର ଶୁଣାଣି ଆଜି ଜିଲ୍ଲା କୋର୍ଟରେ ହେବ । ଏହି ମାମଲା ଆରମ୍ଭରୁ ଦୁହେଁ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇବାରେ ଲାଗିଛନ୍ତି । ଗୋଟିଏ ପଟେ ସୁମିତ ୧୫ ଦିନିଆ ଛୁଟିରେ ରହିଥିବା ବେଳେ ଅପରପକ୍ଷେ ତପସ୍ୱିନୀ ଶ୍ୱଶୁର ଘର ଗେଟ ଭିତରେ ଧାରଣାରତ ରହିଛନ୍ତି । ଗତକାଲି ତପସ୍ୱିନୀ ଏକ ଭିଡିଓ ଶେୟାର କରି କାନ୍ଦି କାନ୍ଦି ନ୍ୟାୟ ପାଇଁ ପ୍ରାର୍ଥନା କରିଥିଲେ । ସେ ଖୁସିରେ ରହିବା ପାଇଁ ଭଲ ପାଇ ବିବାହ କରିଥିଲେ, ମାତ୍ର ତାହା ସେ ପାଇଲେ ନାହିଁ ବୋଲି ଆକୁଳ କଣ୍ଠରେ ତପସ୍ୱିନୀ କହିଥିଲେ ।

Get real time updates directly on you device, subscribe now.