fbpx

କେବେ ହେବ CBSE ୧୦ମ, ଦ୍ୱାଦଶ ଟର୍ମ ୧ ରେଜଲ୍ଟ ଘୋଷଣା, ଜାଣନ୍ତୁ ଡିଟେଲ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ତରଫରୁ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୨ ଡିସେମ୍ବରରେ ଶେଷ ହୋଇଛି । ଏବେ ୧୦ମ ଏବଂ ଦ୍ୱାଦଶର ଛାତ୍ରଛାତ୍ରୀମାନେ ଟର୍ମ ୧ ବୋର୍ଡ ଫଳାଫଳକୁ ନେଇ ଉତ୍ସାହିତ ଅଛନ୍ତି ତଥା ସେମାନଙ୍କର ଫଳଫଳକୁ ଅପେକ୍ଷା କରିଛନ୍ତି । ତେବେ ସିବିଏସଇ କେବେ ଫଳାଫଳ ଘୋଷଣା କରିବ ଏହାକୁ ନେଇ ଦ୍ୱନ୍ଦରେ ଛାତ୍ରଛାତ୍ରୀ ।

ସିବିଏସଇ ୧୦ ଏବଂ ଦ୍ୱାଦଶ ଟର୍ମ ୧ର ପ୍ରତ୍ୟେକ ବିଷୟରେ ରଖିଥିବା ମାର୍କ ହିସାବରେ ଘୋଷଣା କରିବ । ନୂଆ ନିଷ୍ପତ୍ତି ଅନୁଯାୟୀ, ଚଳିତ ସିବିଏସଇ ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ଫେଲ୍ ହେବେ ନାହିଁ । ଏବେ ଏଥିରେ ପାସ୍, କମ୍ପାର୍ଟମେଣ୍ଟ ଏବଂ ରିପିଟ ଶ୍ରେଣୀରେ ରଖାଯିବନାହିଁ । ସିବିଏସଇ ମାର୍ଚ୍ଚ-ଏପ୍ରିଲ୍ ୨୦୨୨ ରେ ଟର୍ମ-୨ ବୋର୍ଡ ପରୀକ୍ଷା ଆୟୋଜିତ କରିବ । ଏହାପରେ ଉଭୟ ଟର୍ମ ୧ ଏବଂ ଟର୍ମ ୨ ବୋର୍ଡ ପରୀକ୍ଷା ଫଳାଫଳ ମାର୍କସିଟ୍ ସହ ସଂପୂର୍ଣ୍ଣ ଫଳାଫଳ ଘୋଷଣା କରାଯିବ । ଯାହାପରେ ପାସ୍ କିମ୍ବା କମ୍ପାର୍ଟମେଣ୍ଟ ତଥା ରିପିଟ୍ ଶ୍ରେଣୀରେ ରଖାଯିବ ।

ଏବେ ଏହା ଆଶାକରାଯାଉଛି ଯେ ଜାନୁଆରୀ ରେ ସିବିଏସଇ ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଟର୍ମ ୧ ବୋର୍ଡ ପରୀକ୍ଷାର ପ୍ରତି ବିଷୟର ମାର୍କ ଘୋଷଣା କରିପାରେ ।

Get real time updates directly on you device, subscribe now.