fbpx

ପିଲାଙ୍କୁ ଟିକାକରଣ ନେଇ ଜାରି ହେଲା ଗାଇଡଲାଇନ: ଦିଆଯିବ କେବଳ ‘କୋଭାକ୍ସିନ’

ନୂଆଦିଲ୍ଲୀ: କିଶୋରଙ୍କୁ କୋଭିଡ ଟିକାକରଣ ନେଇ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର । ୧୫ରୁ ୧୮ ବର୍ଷ ବୟସ ପିଲାଙ୍କୁ ଟିକାକରଣ ନେଇ ଗାଇଡଲାଇନ ଜାରି କଲା କେନ୍ଦ୍ର । ଆସନ୍ତା ବର୍ଷ ୨୦୨୨ ଜାନୁଆରୀ ୩ରୁ ଆରମ୍ଭ ହେବ କିଶୋରଙ୍କୁ ଟିକାକରଣ । ତେବେ କେବଳ କୋଭାକ୍ସିନ ଟିକା କିଶୋରଙ୍କୁ ଦିଆଯିବ । ୨୦୦୭ ବା ତା’ ପୂର୍ବରୁ ଜନ୍ମିତ ପିଲା ନେଇପାରିବେ ଟିକା । ସୂଚନାଯୋଗ୍ୟ, ଶନିବାର ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଶୁଙ୍କୁ କୋଭିଡ ଟିକାକରଣ ନେଇ ସୂଚନା ଦେଇଥିଲେ ।

ସେପଟେ ଜାନୁଆରୀ ୧୦ରୁ ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ତୃତୀୟ ଡୋଜ ଦିଆଯିବ । ଏଥିପାଇଁ ମଧ୍ୟ ଜାରିହୋଇଛି ଗାଇଡଲାଇନ । ଗାଇଡଲାଇନ ଅନୁଯାୟୀ, ୨ୟ ଡୋଜ୍ ନେବାର ୯ ମାସ ବା ୩୯ ସପ୍ତାହ ପୂରଣ ହୋଇଥିଲେ ନେବେ ୩ୟ ଡୋଜ୍ । ୬୦ ବର୍ଷରୁ ଅଧିକ ବୟସ୍କ ତଥା ଅନ୍ୟାନ୍ୟ ରୋଗରେ ପିଡ଼ୀତ ଥିବା ବ୍ୟକ୍ତି ନେଇପାରିବେ ତୃତୀୟ ଡୋଜ୍ । ଡାକ୍ତରଙ୍କ ପରାମର୍ଶ କ୍ରମେ ନେଇପାରିବେ ତୃତୀୟ ଡୋଜ୍ । ଅନଲାଇନ୍ କିମ୍ବା କେନ୍ଦ୍ରକୁ ଯାଇ ରେଜିଷ୍ଟ୍ରେସନ କରିପାରିବେ ।

Get real time updates directly on you device, subscribe now.