fbpx

ଗର୍ଲଫ୍ରେଣ୍ଡକୁ ଆଦୌ କୁହନ୍ତୁ ନାହିଁ ଏହି ୬ଟି କଥା, ନଚେତ୍ ତୁରନ୍ତ ଭାଙ୍ଗିଯାଇପାରେ ରିଲେସନ୍

ଓଡ଼ିଶା ଭାସ୍କର ବ୍ୟୁରୋ: କୌଣସି ଯୁବକ-ଯୁବତୀ ଲଭ୍ ରିଲେସନ୍ କୁ ଆସିବା ପରେ ସେମାନଙ୍କ ଜୀବନରେ ଅନେକ କିଛି ନୂଆ ନୂଆ ଘଟେ । ଦୁହେଁ ଦୁହିଁଙ୍କ ପାଇଁ ସ୍ପେଶାଲ ଅନୁଭବ କରିଥାନ୍ତି ପ୍ରେମୀଯୁଗଳ । ଏମିତିରେ ବି ଲଭ୍, ରିଲେସନ୍ସିପ୍. ଡେଟିଂ ଏହିସବୁ କଥା ପ୍ରତ୍ୟେକଙ୍କ ଜୀବନରେ ଅନେକ ମହତ୍ତ୍ୱ ରଖିଥାଏ । ଆଉ କୌଣସି କପଲ୍ ରିଲେସନ୍ କୁ ଆସିବା ପରେ ପ୍ରତ୍ୟେକଟି ମୁହୁର୍ତ୍ତକୁ ସେମାନେ ଖୁସିରେ ବଞ୍ଚିବାକୁ ଚାହାନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ କଥା ହେବା, ସାଥୀ ହୋଇ ସମୟ ବିତାଇବା, ଡେଟ୍ ରେ ଯିବା ଏସବୁକୁ ଦ୍ୱାରା ସମ୍ପର୍କ ଆହୁରି ମଜବୁତ୍ ହୋଇଥାଏ ।

ଅନ୍ୟପଟେ ଏହିପରି ଭାବରେ କିଛି ସମୟ କଟିବା ପରେ ମନ ମାଳିନ୍ୟ ହେବା ଆରମ୍ଭ ହୋଇଯାଏ । କ୍ରମେ ଛୋଟ ଛୋଟ ଝଗଡ଼ା ହେବା ଆରମ୍ଭ ହେବ । ବେଳେ ବେଳେ ଏହି ଝଗଡ଼ା ଆଗକୁ ଯାଇ ବ୍ରେକ୍ ଅପ୍ ର ରୂପ ନିଏ । ଅନେକ ସମୟରେ ବୟଫ୍ରେଣ୍ଡ ଥଟ୍ଟା ମଜାରେ ଗର୍ଲଫ୍ରେଣ୍ଡକୁ ଏପରି କିଛି କହିଦିଏ, ଯାହା ଦ୍ୱାରା ତାକୁ କଷ୍ଟ ହୁଏ ଓ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ଗର୍ଲଫ୍ରେଣ୍ଡକୁ ଏପରି କିଛି କହିବା ଉଚିତ୍ ନୁହେଁ ଯାହା ଦ୍ୱାରା ରିଲେସନ୍ ଭାଙ୍ଗିଯିବ । ତେବେ ଚାଲନ୍ତୁ ଜାଣିବା ସେସବୁ କଣ ।

ତେବେ ଆପଣ ନିଜ ଗର୍ଲଫ୍ରେଣ୍ଡ୍ କୁ ସ୍କ୍ରିନସଟ୍ ପଠାଇବାକୁ କୁହନ୍ତୁ ନାହିଁ, ଏକ୍ସ (ପୂର୍ବ ବୟଫ୍ରେଣ୍ଡ୍) ତୁଳନା କରିବା, ଓଜନ ବଢ଼ିବା କହିବା, ପରିବାର ଲୋକଙ୍କ ମଜାକ୍ ଉଡ଼ାଇବା, ସବୁବେଳେ କମି ବାହାର କରିବା ଓ ପ୍ରତି କଥାରେ ରୋକିବା । ଏସବୁ କରିବା ବନ୍ଦ କରନ୍ତୁ ସମ୍ପର୍କ ଖୁବ୍ ଭଲ ଚାଲିପାରିବ ।

Get real time updates directly on you device, subscribe now.