ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଭଳି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଭିତରକନିକାରେ ବିରଳ ବଉଳା କୁମ୍ଭୀର ଗଣନା କାର୍ଯ୍ୟ କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଅନ୍ୟ ନଦୀନାଳରେ ରହିଥିବା କୁମ୍ଭୀରମାନଙ୍କୁ ମଧ୍ୟ ଗଣନାରେ ସାମିଲ କରାଯିବ । କୁମ୍ଭୀର ଗଣନା କାର୍ଯ୍ୟ ଜାରି ରହିଥିବା ସମୟରେ ଏହି ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ସମସ୍ତ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।
ତେବେ ସୂଚନା ମୁତାବକ, ଆସନ୍ତା ଜାନୁଆରୀ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ପ୍ରତ୍ୟେକ ବର୍ଷ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ କିଛିଦିନ ବନ୍ଦ ରହିଥାଏ । ୨୦୨୧ ଜାନୁଆରୀରେ ହୋଇଥିବା ଗଣନା ଅନୁଯାୟୀ ଭିତରକନିକାରେ ମୋଟ ୧୭୬୮ଟି ବଉଳା କୁମ୍ଭୀର ରହିଥିଲେ । କୁମ୍ଭୀର ସେଶାଲିଷ୍ଟ ଡା. ସୁଧାକର କରଙ୍କ ନେତୃତ୍ୱରେ ଏହି କୁମ୍ଭୀରମାନଙ୍କ ଗଣନା ପ୍ରକ୍ରିୟା ଆରମ୍ଭ କରାଯିବ । ତେବେ ଦିନ ଓ ରାତ୍ରି ସମୟରେ ଏହି କାର୍ଯ୍ୟ ଜାରି ରହିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।