fbpx

ଆଜି ନିର୍ବାଚନ ଘୁଞ୍ଚିବା ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ, ଅପରାହ୍ଣରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଶଙ୍କା ଜାରି ରହିଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦ ବୈଠକ ଡକାଇଛନ୍ତି । ଏହି ବୈଠକ ଆସି ଅପରାହ୍ଣ ୪ଟାରେ ହୋଇପାରେ । ଏହି ବୈଠକରେ ସମସ୍ତ ମନ୍ତ୍ରୀମାନେ ସାମିଲ ହେବେ । ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସର ମଧ୍ୟଭାଗରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଆଜିର ବୈଠକରେ ନିର୍ବାଚନ ଉପରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶର ୨୨ଟି ରାଜ୍ୟକୁ ଓମିକ୍ରନ ମାଡ଼ିଯିବା ସହ ମୋଟ ୬୬୪ଟି ମାମଲା ଚିହ୍ନଟ ହେବା ସହ ୧୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରୁ ୧୬୭, ଦିଲ୍ଲୀରୁ ୧୬୫, କେରଳରୁ ୫୭, ତେଲେଙ୍ଗାନାରୁ ୫୫, ଗୁଜରାଟରୁ ୪୯, ରାଜସ୍ଥାନରୁ ୪୬, ଓଡ଼ିଶାରୁ ୯ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନିକଟରେ ନିର୍ବାଚନ ଆୟୋଗ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ନିର୍ବାଚନ ଆୟୋଗ ସ୍ୱାସ୍ଥ୍ୟ ସଚିବଙ୍କ ଠାରୁ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଓମିକ୍ରମ ଭାରିଆଣ୍ଟର ସ୍ଥିତି ସହ ଭ୍ୟାକ୍ସିକେସନର ସବିଶେଷ ତଥ୍ୟ ନେଇଥିଲେ ।

Get real time updates directly on you device, subscribe now.