fbpx

ଆଜିଠାରୁ କାଳିଜାଇ ମନ୍ଦିରରେ ଦର୍ଶନ ବନ୍ଦ, ଜାଣନ୍ତୁ କେବେ ଖୋଲିବ

କୃଷ୍ଣପ୍ରସାଦ(ଓଡ଼ିଶା ଭାସ୍କର): ଆଜିଠୁ କାଳିଜାଇ ମନ୍ଦିରରେ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ ରହିବ । କରୋନା ସଂକ୍ରମଣ ରାଜ୍ୟରେ ବଢ଼ୁଥିବାରୁ ଆଜିଠାରୁ ୩ ଦିନ ପାଇଁ ଦର୍ଶନ ବନ୍ଦ ରହିବ । ଆଜିଠାରୁ ଅର୍ଥାତ୍ ୩୧ ତାରିଖ ଡିସେମ୍ବରରୁ ଆସନ୍ତା ଜାନୁଆରୀ ୨ ତାରିଖ ସନ୍ଧ୍ୟା ୬ଟା ଯାଏଁ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ । ଏନେଇ କୃଷ୍ଣପ୍ରସାଦ ତହସିଲଦାର୍ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, କୋଭିଡ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନରେ ଓଡ଼ିଶାରେ ବଢ଼ିବାରେ ଲାଗିଛି । ଅନ୍ୟପଟେ ଶୀତ ଦିନ ଥିବାରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଭ୍ରମଣ ସକାଶେ ଆସୁଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ସଂକ୍ରମଣ ବଢ଼ିବାର ଆଶଙ୍କା ଅନେକ ରହିଛି । ତେଣୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.