fbpx

ଇସ୍ରାଏଲରୁ କୋଭିଡର ଆଉ ଏକ ନୂଆ ଭାଇରସ୍ ‘ଫ୍ଲୋରେନା’ ଚିହ୍ନଟ, ସାମନାକୁ ଆସିଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ସାରା ବିଶ୍ୱ ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟ୍ ସହିତ ଲଢ଼େଇ କରୁଛି । ଆମେରିକା, ୟୁକେ, ଦକ୍ଷିଣ ଆଫ୍ରିକା ବ୍ୟତୀତ ଅନ୍ୟାନ୍ୟ ଦେଶରେ ଓମିକ୍ରନର ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । ଏହି ନୂତନ ଭାରିଆଣ୍ଟ୍ ଅନ୍ୟ ଭାରିଆଣ୍ଟ ତୁଳନାରେ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଛି । ତେବେ ଏହା ଭିତରେ ପୁଣି ଆଉ ଏକ ନୁତନ ଭାରିଆଣ୍ଟର ଉତ୍ପତ୍ତି ଇସ୍ରାଏଲରୁ ହୋଇଛି । ଏହାର ନାମ ରଖାଯାଇଛି “ଫ୍ଲୋରେନା” । ଏହାର ପ୍ରଥମ ମାମଲା ମଧ୍ୟ ଇସ୍ରାଏଲରୁ ସାମନାକୁ ଆସିଛି । ଏହି ଭାଇରସ୍ ଜଣେ ମହିଳାଙ୍କ ଠାରେ ଚିହ୍ନଟ କରାଯାଇଛି ।

ରିପୋର୍ଟ ଅନୁସାରେ, ଯୁବତୀଙ୍କ ଟିକାକରଣ ହୋଇନାହିଁ । ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛି । ତାଙ୍କୁ ଏକାବେଳକେ କୋଭିଡ୍ ଭାଇରସ୍ ଓ ଇନଫ୍ଲୁଏଞ୍ଜା ହୋଇଥିବା ସୂଚନା ମିଳିଛି । ତେବେ ତାଙ୍କ ଠାରେ ଖୁବ୍ ଆଂଶିକ ଲକ୍ଷଣ ଦେଖାଦେଇଛି । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭାଇରସ୍ ର ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ ଚଳାଇଛନ୍ତି । ବର୍ତ୍ତମାନ ସେଠାରେ ଓମିକ୍ରମର ଅଧିକରୁ ଅଧିକ ମାମଲା ଚିହ୍ନଟ ହେଉଛି । ଗୁରୁବାର ଦିନ ୪ହଜାରରୁ ଅଧିକ ମାମଲା ରିପୋର୍ଟ କରାଯାଇଥିଲା ।

Get real time updates directly on you device, subscribe now.