fbpx

୨୪ ଘଣ୍ଟାରେ ରାଜଧାନୀରୁ ଚିହ୍ନଟ ହେଲେ ୩୧୦୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀରୁ ୨୪ ଘଣ୍ଟାରେ ୩୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଏବଂ ଜଣକର ମୃତ୍ୟୁ ହୋଇଛି । ଯାହାକୁ ନେଇ ଚିନ୍ତା ବଢ଼ିିଛି । ଏହାସହ ୪.୫୯% ପଜିଟିଭ ହାର ଥିବାବେଳେ ଏବେ ଦିଲ୍ଲୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୩୯୭ କୁ ପହଞ୍ଚିଛି ।

ତାଜା ଅପଡେଟ ମୁତାବିକ ଦିଲ୍ଲୀରେ ୨୪ ଘଣ୍ଟାରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ । ଏଠାରେ ଏପର୍ଯ୍ୟନ୍ତ ୨୫,୧୦୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ହାର ୧.୭୩ ପ୍ରତିଶତ ରହିଛି । ସେହିଭଳି ହୋମ ଆଇସୋଲେସନରେ ୪୭୫୯ ରୋଗୀ ରହିଛନ୍ତି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୩୯୭ ରହିଛି ।

୨୪ ଘଣ୍ଟାରେ ଆସିଥିବା ଆକ୍ରାନ୍ତଙ୍କ ତଥ୍ୟକୁ ମିଶାଇ ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୪,୫୪,୧୨୧ ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା । ସେପଟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୪,୨୦,୬୧୫ ଜଣ ରୋଗୀ ।

Get real time updates directly on you device, subscribe now.