fbpx

(Video) ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ନବଜାତକର ଗଳିତ ଶବ: ପୋଲିସ୍ ତଦନ୍ତ ଜାରି

ପୁଣି ଅଲୋଡା ହେଲା ନବଜାତକ ଶିଶୁପୁତ୍ର । ପରିତ୍ୟକ୍ତ କୁଆରୁ ମୃତ ଶିଶୁର ଶବ ଉଦ୍ଧାର କରାଯାଇଛି  । ଏପରି ଦୁର୍ଭାଗ୍ୟ ଜନକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜୟନ୍ତପୁର ଗ୍ରାମରେ ।

ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରେ ନବଜାତର ଗଳିତ ମୃତ ଶବ ପଡିଥିବା ଦେଖି ଗ୍ରାମବାସୀ କୋକସରା ପୋଲିସକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ କୋକସରା ପୋଲିସ ଏଏସଆଇ ଜନ୍ମେଜୟ ବାଗ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତ ଶିଶୁର ଶବକୁ କୂଅରୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ଅବୈଧ ପ୍ରେମ ସମ୍ପର୍କ ଯୋଗୁଁ ଲୋକଲଜ୍ଜ୍ୟା ଭୟରେ ନବଜାତକକୁ ଫିଙ୍ଗି ଦେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.