fbpx

ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି: ପିତାମାତା ଓ ଶାଶୂ-ଶ୍ୱଶୁରଙ୍କ ସହ କ୍ୱାଲିଟି ଟାଇମ୍ ବିତାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିଲା ୨ ଦିନ ଛୁଟି

ନୂଆଦିଲ୍ଲୀ: ନୂଆବର୍ଷ ଉପଲକ୍ଷେ ଆସାମ ରାଜ୍ୟ ସରକାର କର୍ମଚାରୀଙ୍କୁ ଏକ ସ୍ପେଶାଲ ଭେଟି ଦେଇଛନ୍ତି । କର୍ମଚାରୀମାନେ ବାପା-ମାଆ, ଶାଶୂ-ଶ୍ୱଶୁରଙ୍କ ସହ ସମୟ କାଟିବାକୁ ଛୁଟି ନେବେ । ସେଥିପାଇଁ ସରକାର ଚଳିତ ମାସ ୬ ୭ ତାରିଖ ଦୁଇଦିନ କାଜୁଆଲ ଲିଭ୍ (ସିଏଲ) ଘୋଷଣା କରିଛନ୍ତି । ସେହିପରି ୮ ଓ ୯ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଥିବାରୁ କର୍ମଚାରୀମାନେ ଏକାଥରକେ ୪ ଦିନ ଛୁଟି ପାଇବେ । ଏନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଟ୍ୱିଟ୍ କରିଥିବା ଜଣାପଡ଼ିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜ ପିତାମାତା ଓ ଶାଶୂ-ଶ୍ୱଶୁରଙ୍କ ସହ କ୍ୱାଲିଟି ଟାଇମ୍ ବିତାଇବା ପାଇଁ ସରକାରୀ କର୍ମଚାରୀଙ୍କୁ ଏହି ସ୍ପେଶାଲ ଛୁଟି ପ୍ରଦାନ କରାଯାଇଛି । ଏହି ଛୁଟିକୁ ସମସ୍ତ କର୍ମଚାରୀ ପୂର୍ଣ୍ଣ ସଦୁପଯୋଗ କରିବା ଦରକାର । ପିତାମାତା ଓ ଶାଶୂ-ଶ୍ୱଶୁରଙ୍କ ଆଶିର୍ବାଦରେ ନୂତନ ଆସାମ ଓ ନୂତନ ଭାରତ ଗଠନ ହୋଇପାରିବ । ଏପରିକି ରାଜ୍ୟର ମନ୍ତ୍ରୀମାନେ ମଧ୍ୟ ଅନୁରୂପ ଭାବେ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ସହ ସମୟ ବିତାଇବା ଦରକାର । ଯେଉଁ କର୍ମଚାରୀଙ୍କର ପିତାମାତା କିମ୍ବା ଶାଶୂ-ଶ୍ୱଶୁର ନାହାନ୍ତି, ସେମାନେ ସ୍ପେଶାଲ ଛୁଟି ପାଇବାକୁ ଯୋଗ୍ୟ ହେବେ ନାହିଁ । ତେବେ ଜରୁରୀକାଳୀନ ଦାୟିତ୍ୱରେ ଥିବା କର୍ମଚାରୀମାନେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଛୁଟି ନେଇପାରିବେ ନାହିଁ । ପରେ ସେମାନେ ଦୁଇଦିନ ଛୁଟି ନେଇପାରିବେ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୪ ତାରିଖରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଛୁଟି ଘୋଷଣା ପରେ ସମସ୍ତେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି ବୋଲି ଆଲୋଚନା କରୁଛନ୍ତି ।

Get real time updates directly on you device, subscribe now.