fbpx

(VIDEO) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ବର୍ତ୍ତମାନ ସେ ହୋମ୍ ଆସସୋଲେସନରେ ରହିଛନ୍ତି । ତେଣୁ ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷ କୋଭିଡ୍ ଟେଷ୍ଟ କରାଇବା ସହ ନିଜକୁ ଆଇସୋଲେଟରେ ରଖିବାକୁ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଟ୍ୱିଟ୍ କରି ନିବେଦନ କରିଛନ୍ତି । ତେବେ କେଜ୍ରିୱାଲଙ୍କ ଠାରେ ସାମାନ୍ୟ କୋଭିଡ୍ ଲକ୍ଷଣ ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତକାଲି କେଜ୍ରିୱାଲ ପାର୍ଟିର ପ୍ରଚାର ନିମନ୍ତେ ଉତ୍ତରାଖଣ୍ଡ ଗସ୍ତ କରିଥିଲେ । ଏହି ଅବସରରେ ସେ ଡେରାଡୁନଠାରେ ନବପରିବର୍ତ୍ତନ ସଭାକୁ ସମ୍ବୋଧିତ କରିଥିଲେ । ଏହା ପୂର୍ବରୁ ଜାନୁଆରୀ ୨ରେ ସେ ଉତ୍ତରପ୍ରଦେଶରେ ଏକ ରାଲିରେ ଯୋଗଦେଇଥିଲେ । ଜାନୁଆରୀ ୧ରେ ସେ ପଞ୍ଜାବର ଅମୃତସରର ରାମ ତୀର୍ଥ ମନ୍ଦିରକୁ ଯାଇଥିଲେ । ୩୧ ଡିସେମ୍ବରରେ ପଟିଆଲାରେ ଶାନ୍ତି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ୩୦ ଡିସେମ୍ବରରେ ସେ ଚଣ୍ଡିଗଡ଼ରେ ବିଜୟ ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ସମୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚାରିଆଡ଼େ ମାଡ଼ି ଚାଲିଛି । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ ମାସରେ ତୃତୀୟ ଲହରର ସମ୍ଭାବନା ରହିଛି । ଗତକାଲି ବଲିଉଡ୍ ଅଭିନେତା ଜନ ଆବ୍ରାହମ ଓ ତାଙ୍କ ପତ୍ନୀ ପ୍ରିୟା ରୁଞ୍ଚାଲ୍, ଫିଲ୍ମ ନିର୍ମାତା ଏକତା କପୁର କୋଭିଡରେ ଆକ୍ରାନ୍ତ ହୋଇଥିଲେ ।

Get real time updates directly on you device, subscribe now.