fbpx

‘ଆଞ୍ଜୁଳାଏ ଗୋମୁତ୍ରରେ ବୁଡ଼ି ମରନ୍ତୁ ବିଜେପି ନେତା’- ଆପ୍ ବିଧାୟକ; ଦିଲ୍ଲୀ ବିଧାନସଭାରେ ଗାଈକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ସଡ଼କରେ ବୁଲୁଥିବା ଗାଈ ମାନଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏହି ସମୟରେ ଆମ୍ ଆଦମୀ ପାର୍ଟି(ଆପ୍)ର ବିଧାୟକ ଭାବନା ଗୌଡ, ସଞ୍ଜୀବ ଝା, ରୋହିତ୍ ମେହରାଲିୟା ଓ ବନ୍ଦନା କୁମାରୀ ବିଧାନସଭାରେ ବିଜେପି ଶାସିତ ନଗର ନିଗମ ସମ୍ପର୍କରେ ପ୍ରଶ୍ନ ଛିଡ଼ା କରି ଗାଈଙ୍କ ମୃତ୍ୟୁ ମାମଲା ଉଠାଇଛନ୍ତି । ଏହି ସମୟରେ ଆପ୍ ବିଧାୟକ ଏମସିଡି ଓ ବିଜେପି ଉପରେ ଗାଈଙ୍କ ଚାରା ପାଇଁ ଫଣ୍ଡ ଜାରି କରୁନଥିବା ଆରୋପ ଲଗାଇଛନ୍ତି ।

ତ୍ରିଲୋକ୍ୟପୁରୀରୁ ଆପ୍ ବିଧାୟକ ରୋହିତ୍ ମେହରୋଲିୟା କହିଛନ୍ତି ଯେ, ବିଜେପି ନେତା ମାନେ ଆଞ୍ଜୁଳାଏ ଗୋମୁତ୍ରରେ ବୁଡ଼ି ମାରିଯିବା ଦରକାର । ଆଜିକା ସମୟରେ ଦିଲ୍ଲୀରୁ ମୃତ ଏବଂ ଆହତ ଗାଈଙ୍କୁ ଉଠାଇବାକୁ ଜଣେ ବି କର୍ମଚାରୀ ନାହାନ୍ତି । ସେମାନେ ଡରୁଛନ୍ତି ଯେ, ଆହତ ଗାଈକୁ ଗାଡ଼ିରେ ଯଦି ନେଇଯାଉଛନ୍ତି, ତାହେଲେ ଲୋକେ ସେମାନଙ୍କୁ ମାରିଦେବେ । ସେହିପରି ଦିଲ୍ଲୀରେ ଗାଈ ଚାରା ପାଇଁ ପ୍ରତିଦିନ ୪୦ ଟଙ୍କା ଦିଆଯାଏ । ଏଥିରୁ ୨୦ ଟଙ୍କା ନଗର ନିଗମ ଓ ଆଉ ୨୦ ଟଙ୍କା ଦିଲ୍ଳୀ ସରକାରଦେଇଥାନ୍ତି । ହେଲେ ଲମ୍ବା ସମୟ ହେଲା ଗାଈଙ୍କ ଚାରା ପାଇଁ ଫଣ୍ଡ ଦିଆଯାଇନାହିଁ ।

ସେହିପରି ଅନ୍ୟ ଜଣେ ବିଧାୟକ କହିଛନ୍ତି ଯେ, ଦିଲ୍ଲୀରେ ଯେଉଁଠାରେ ଅଳିଆ ଗଦା ରହିଛି ସେଠାରେ ହିଁ ଗାଈଙ୍କୁ ଦେଖିବାକୁ ମିଳୁଛି । ଗାଈର ପ୍ରତିଟି ଅଙ୍ଗରେ ଭଗବାନ ବାସ କରିଥାନ୍ତି ହେଲେ ଏଠାରେ ଗାଈକୁ ଘରେ ରଖିବାର ଅନୁମତି ନାହିଁ । ନଜଫଗଡ଼ରେ ଗୋଟିଏ ଗୋସାଳାରେ ଗୋଟିଏ ଦିନରେ ୨୦ଟି ଗାଈ ଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ପୋଷ୍ଟମଟମ୍ ରୁ ଜଣାପଡ଼ିଲା ଯେ, ଅନ୍ତନଳୀରେ ପଲିଥିନ୍ ଫସି ରହିବାକୁ ଏତେ ସଂଖ୍ୟକ ଗାଈଙ୍କ ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.