fbpx

କୁକୁର ସହିତ ଦୁଷ୍କର୍ମ କରୁଥିଲା ଶ୍ୱଶୁର, ଲୁଚିକି ବୋହୁ ଭିଡିଓ କରିବାରୁ ତାସହିତ ବି କଲା ଏପରି କାମ; ଅଭିଯୁକ୍ତ ଗିରଫ

ଗାଜିଆବାଦ୍: ଦିନକୁ ଦିନ ଆମ ସମାଜ ଅଗ୍ରଗତି କରିବାରେ ଲାଗିଛି । ହେଲେ କିଛି ଅସାମାଜିକ ଲୋକଙ୍କ ପାଇଁ ଅପରାଧର ଧାରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ତାଜୁବ୍ କରିବା ପରି ଘଟଣା ସାମନାକୁ ଆସିଛି ଯାହାକୁ ଶୁଣି ଆପଣ ମାନଙ୍କ ଲୋମ ଟାଙ୍କୁରୀ ଉଠିବ । ୟୁପିର ଗାଜିଆବାଦ୍ ଏକ ଘଟଣା ଏବେ ଧ୍ୟାନ ଆକର୍ଷଣ କରିଛି । ଏଠାରେ ଜଣେ ବ୍ୟକ୍ତି ଗୋଟିଏ କୁକୁର ସହିତ ଦୁଷ୍କର୍ମ କରିଛି । ଏନେଇ ମାମଲା ରୁଜୁ ହୋଇଛି ।

ତେବେ ଏହି ଘଟଣାର ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଜଣେ ୬୦ ବର୍ଷର ବୟସ୍କ ଶ୍ୱଶୁର କୁକୁର ସହିତ ମାନବିକତାର ସୀମା ପାର୍ କରି ତା ସହିତ ଖରାପ କାମ କରୁଛନ୍ତି । କୁକୁରର ଶୋଷଣ କରିବା ସମୟର ଭିଡିଓ ଉତ୍ତୋନଳ କରିଛନ୍ତି ଅଭିଯୁକ୍ତଙ୍କ ବୋହୁ । ତେବେ ବୋହୁ ଯେତେବେଳେ କୁକୁର ସହିତ ଖରାପ କାମ କରିବାର ଭିଡିଓ ରେକର୍ଡ କରୁଥିଲେ ସେ ସମୟରେ ଶ୍ୱଶୁର ଦେଖି ନେଇଥିଲେ । ସେହି ଅବସ୍ଥାରେ ବୋହୁ ଠାରୁ ମୋବାଇଲ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଓ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ ।

ଅନ୍ୟପଟେ ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । କିନ୍ତୁ ବୋହୁ ମାରପିଟ୍ ମଝିରେ ପିପୁଲ ଫର୍ ଆନିମଲ୍ ନାମକ ଏକ ପଶୁ ପ୍ରେମୀ ସଂସ୍ଥାକୁ ଏ ସମ୍ପର୍କରେ ଜଣାଇଥିଲେ । ଏହାପରେ ସଂସ୍ଥାର ଅଧିକାରୀ ମାନେ ତତ୍ପରତା ପ୍ରକାଶ କରି ଏହି ମାମଲା ପୋଲିସ୍ ପାଖରେ ପହଞ୍ଚାଇଥିଲେ । ଅଭିଯୋଗ କ୍ରମେ ପୋଲିସ୍ ଅଭିଯୁକ୍ତ ଶ୍ୱଶୁରକୁ ଗିରଫ କରିଥିଲା । ତେବେ ସ୍ଥାନୀୟ ଲୋକାଙ୍କ କହିବା ଅନୁସାରେ, ଅଭିଯୁକ୍ତ ଆଗରୁ ମଧ୍ୟ ଏପରି ଖରାପ କାମ କରିସାରିଛି । ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ଆଇପିସି ଧାରା ୩୭୭ ଅଧୀନରେ ମାମଲା ରୁଜୁ କରିଛି ।

 

Get real time updates directly on you device, subscribe now.