ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଜବ ଗଜବ ଲୋକ ରହିଛନ୍ତି । ଆଉ ସେମାନଙ୍କ ଅଜବ ହରକତ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥାଏ । ଏଭଳି ଜଣେ ମଡେଲଙ୍କ ଅଜବ ହରକତ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମଡେଲ ଜଣକ ନିଜ ପେଟର ଚର୍ବି ଲୁଚାଇବାକୁ ଯାଇ ମା’ ବନିଛନ୍ତି । ଆଉ ଏବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଡେଲି ଷ୍ଟାରରେ ପ୍ରକାଶିତ ଏକ ଖବର ଅନୁଯାୟୀ, ପ୍ରକୃତରେ ମାୟାମିର ଖୁଲୁଦ ବ୍ରିଚ ନାମକ ଏହି ମଡେଲ ନିଜ ବନ୍ଧୁଙ୍କ ବିବାହରେ ଯୋଗ ଦେବା ପାଇଁ ଯିବାକୁ ଥିଲା । କିନ୍ତୁ ସେ ତାଙ୍କ ପେଟର ମୋଟାପଣକୁ ବାହାଘରରେ ଦେଖାଇବାକୁ ଚାହୁଥିଲେ ଏଥିପାଇଁ ସେ ଏକ ଉପାୟ କରିଥିଲେ ସେ ସମସ୍ତଙ୍କୁ କହିଥିଲେ ଯେ ସେ ମା’ ହେବାକୁ ଯାଉଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଏହାକୁ ସତ ବୋଲି ମାନିନେଇଥିଲେ ।
ତେବେ ପରେ ଏହି ଘଟଣା ଜଣାପଡ଼ିଥିଲା ଯେତେବେଳେ ମହିଳା ଜଣକ ଟିକଟକରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓରେ ସେ ପେଟର ଚର୍ବିକୁ ଲୁଚାଇବା ପାଇଁ ବେବି ବମ୍ପ ପ୍ଲାଣ୍ଟ କରୁଥିବାର ନଜର ଆସିଥିଲେ । ଏହାପରେ ତାଙ୍କର ଏହି ଭିଡିଓ ନେଇ ଅନେକ ମଜାଦାର କମେଣ୍ଟ ଦେଇଥିଲେ ୟୁଜର୍ସମାନେ ।