fbpx

(See Video) ଗୋଟିଏ ମାଳି ଦୁଇଟି ଫୁଲ: ଜଣେ ସ୍ୱାମୀଙ୍କୁ ନେଇ ଦୁଇ ପତ୍ନୀଙ୍କ ମଧ୍ୟରେ ଝଗଡ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ସ୍ୱାମୀଙ୍କୁ ନେଇ ଦୁଇଜଣ ସ୍ତ୍ରୀଙ୍କ ମଧ୍ୟରେ ଲାଗିଛି ଝଗଡ଼ା । ନିମାପଡ଼ାରେ ଘଟିଥିବା ଏହି ଘଟଣାଟି ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୋଲିସ ମଧ୍ୟ ଏହି ମାମଲାକୁ ନେଇ ହରଡ଼ଘଣାରେ ପଡ଼ିଯାଇଛି । ପ୍ରଥମ ସ୍ତ୍ରୀ ଜଣଙ୍କ ଦ୍ୱିତୀୟ ସ୍ତ୍ରୀଙ୍କୁ ନେଇ ସ୍ୱାମୀଙ୍କ ସହ ରହିବାକୁ ରାଜି ଅଛନ୍ତି । ମାତ୍ର ଦ୍ୱିତୀୟ ସ୍ତ୍ରୀ ଜଣଙ୍କ ଏକା ରହିବାକୁ ନେଇ ନିଜ ଜିଦରେ ଅଟଳ ରହିଛନ୍ତି ।

ଜଣାପଡ଼ିଛି ଯେ, ମୀନତି ସେଠି ୧୯୯୭ ମସିହା ମେ ମାସ ୯ ତାରିଖରେ କାଳନ୍ଦୀ ଚରଣ ସେଠୀଙ୍କୁ ସର୍ବସମ୍ମତିକ୍ରମେ ବୈଦିକ ରୀତିରେ ବିବାହ କରିଥିଲେ । ଏହା ପରେ ତାଙ୍କର ଏକ ପୁତ୍ର ଜନ୍ମ ହେବା ସହ ୪ ବର୍ଷ ପରେ ଦାମ୍ପତ୍ୟ କଳହ କାରଣରୁ ନିଜ ବାପଘରକୁ ଚାଲିଯାଇଥିଲେ । ତେବେ ଇତିମଧ୍ୟରେ କାଳନ୍ଦୀ ମମତା ସେଠୀଙ୍କୁ ୨୦୦୩ରେ ଦ୍ୱିତୀୟ ବିବାହ କରିଥିଲେ । ମମତାଙ୍କର ଏବେ ତାଙ୍କର ୧୫ ବର୍ଷର ପୁଅ ସହ ନିଜ ବାପଘରେ ରହୁଛନ୍ତି । ସେ ୨୦୦୩ରୁ ୨୦୧୭ ପର୍ଯ୍ୟନ୍ତ ସ୍ୱାମୀଙ୍କ ସହ ରହୁଥିବା ନେଇ ମମତା କହିଛନ୍ତି । ତେବେ ଦ୍ୱିତୀୟ ପତ୍ନୀଙ୍କ ସହ ମନୋମାଳିନ୍ୟ କାରଣରୁ କାଳନ୍ଦୀ ପ୍ରଥମ ପତ୍ନୀଙ୍କ ପାଖକୁ ପୁଣି ଫେରି ଯାଇଥିଲେ । କାଳନ୍ଦୀ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ମମତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ମାତ୍ର ପୁଣି ଥରେ ପ୍ରଥମ ପତ୍ନୀଙ୍କ ସହ କିପରି ରହିଲେ ବୋଲି ଅଭିଯୋଗ କରି ଦ୍ୱିତୀୟ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏଭଳି ପାରିବାରିକ ବିବାଦର ସମାଧାନ କିପରି ହେବ ତାହା ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.