fbpx

ଅସୁରକ୍ଷିତ ରାଜଧାନୀ: ଭୁବନେଶ୍ୱରରେ ଘରେ ପଶି ମହିଳାଙ୍କୁ ହାଣି ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ରାଜଧାନୀ ଭୁବନେଶ୍ୱର । ଦିନ ଦ୍ୱିପ୍ରହରରେ ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଇଛନ୍ତି ଦୁର୍ବୁର୍ତ୍ତ । ସହିଦ ନଗରରେ ଘଟି ଯାଇଛି ଏମିତି ଅଭାବନୀୟ ଘଟଣା । ଜଗନ୍ନାଥ ନଗର ସ୍ଥିତ ଲେନ୍-୪ରେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି ।

ମହିଳାଙ୍କ ଘରେ ପଶି ଲୁଟେରା ମାନେ ହାତ ଗୋଡ ବାନ୍ଧି ଦେଇଥିଲେ । ଏହା ପରେ ଘରେ ଥିବା ସୁନାଗହଣା, ମୋବାଇଲ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ । ୨ ଜଣ ଲୁଟେରା ଏହି ଲୁଟପାଟ ଓ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣାପଡିଛି । ଲୁଟ ପାଇଁ ଆକ୍ରମଣ କରାଯାଇଥିବା ନେଇ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.