fbpx

ଅଧାରେ ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍; ରାଲି କ୍ୟାନ୍ସଲ କରି ଫେରିବା ପରେ ଏମିତି କହିଲେ ମୋଦି

ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି । ଫଳରେ ଅଧାରେ ଅଟକିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ।  ବୁଧବାର ହୁସେନୀୱାଲା ସ୍ଥିତ ରାଷ୍ଟ୍ରୀୟ ଶହୀଦ ସ୍ମାରକ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦେଖିବାକୁ ମିଳିଛି ବଡ଼ ତ୍ରୁଟି ।

ସୂଚନା ଅନୁଯାୟୀ, ଖରାପ ପାଗ ଯୋଗୁଁ ରାଷ୍ଟ୍ରୀୟ ଶହୀଦ ସ୍ମାରକକୁ ହେଲିକପ୍ଟର ବଦଳରେ କାରରେ ବାହାବରିଥିଲେ ପ୍ରଧାନମନ୍ତ୍ରୀ  । କିନ୍ତୁ ହୁସେନୀୱାଲାରେ ଶହୀଦ ସ୍ମାରକ ଠାରୁ ୩୦ କିମି ଦୂରରୁ ଯେତେବେଳେ ମୋଦିଙ୍କ କାରକେଡ୍ ଏକ ଫ୍ଲାଏଓଭର ଉପରେ ପହଞ୍ଚିଥିଲା, ସେତେବେଳେ ସେଠାରେ କିଛି ବିକ୍ଷୋଭକାରୀ ରାସ୍ତା ଅବରୋଧ କରିଥିଲେ । ଫଳରେ ପ୍ରଧାନମନ୍ତ୍ରୀଙ୍କୁ ୨୦ ମିନିଟ୍ ପର୍ଯ୍ୟନ୍ତ ଫସି ରହିଥିଲେ । ଯାହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବିଷୟରେ ପଞ୍ଜାବ ସରକାରଙ୍କୁ ପୂର୍ବରୁ ଜଣାଥିଲେବି ସେ ଏନେଇ କୌଣସି ପୂର୍ବ ପ୍ରସ୍ତୁତି କରିନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ତେବେ ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ରାଲି କ୍ୟାନ୍ସଲ କରିବାକୁ ପଡ଼ିଥିଲା ଏବଂ ଏୟାରପୋର୍ଟ ଫେରିବାକୁ ପଡ଼ିଥିଲା । ଗୃହ ମନ୍ତ୍ରାଳୟ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହ ରାଜ୍ୟ ସରକାରଙ୍କ ଠାରୁ ବିସୃତ ରିପୋର୍ଟ ମାଗିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ଏୟାରପୋର୍ଟ ପହଞ୍ଚିବା ପରେ ସେଠାକାର ଅଧିକାରୀଙ୍କୁ କହିଛନ୍ତି ଯେ “ ମୁୁଁ ଜୀବିତ ଭଟିଣ୍ଡା ଏୟାରପୋର୍ଟ ପହଞ୍ଚିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଦେବ” ।

Get real time updates directly on you device, subscribe now.